
କେନ୍ଦୁଝର, ୩୦ ଅକ୍ଟୋବର (ହି.ସ.) - କେନ୍ଦୁଝର ଜିଲ୍ଲାର ଉପାନ୍ତ ତେଲକୋଇ ବ୍ଲକ୍ କରଦାଙ୍ଗି ପଂଚାୟତ ଅନ୍ତର୍ଗତ ସମାକୋଇ ନଦୀର ତଳମୁଣ୍ଡ ଚକଦରଠାରେ ପ୍ରସ୍ତାବିତ ସମାକୋଇ ଚକଦର ଜଳସେଚନ ପ୍ରକଳ୍ପକୁ ସଂପୂର୍ଣ୍ଣ ବନ୍ଦ କରିବାପାଇଁ ପୁଣି ମେଳି କରିଛନ୍ତି ସ୍ଥାନୀୟ ବାସିନ୍ଦା। ଆସନ୍ତା କାଲି ସମାକୋଇ ଚକଦର ସମନ୍ୱୟ ସମିତି ପକ୍ଷରୁ ତେଲକୋଇ ପୂର୍ତ ବିଭାଗ ଡାକବଙ୍ଗଳାଠାରୁ ଏକ ପଟୁଆର ବାହାରି ବଜାର ପରିକ୍ରମା କରିବା ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ସମାକୋଇ ଚକଦର ସମନ୍ୱୟ ସମିତିର ବରିଷ୍ଠ ଉପଦେଷ୍ଟା ବାବୁଲାଲ ପ୍ରଧାନ ପ୍ରକାଶ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA