ଧରଣଧର ବିଶ୍ଵବିଦ୍ୟାଳୟରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ
କେନ୍ଦୁଝର, ୩୦ ଅକ୍ଟୋବର (ହି.ସ.)- ଆଜି ଧରଣୀଧର ବିଶ୍ୱବିଦ୍ୟାଳୟ ଏନଇଏଚ ୫ ସଭାଗୃହରେ ଦୁର୍ନୀତି ନିବାରଣ ଆମ ସାମୁହିକ ଦାୟୀତ୍ୱ ଶୀର୍ଷକ ଏକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନାଚକ୍ରରେ ସଭାପତିତ୍ବ କରିଥିଲେ ସ୍ନାତକୋତ୍ତର ପରିଷଦର ଅଧକ୍ଷ ଡ଼କ୍ଟର ପ୍ରଭୁ ପ୍ରସାଦ ଦାସ। ସେ ତାଙ୍କ ଅଭିଭାଷଣରେ
ଧରଣଧର ବିଶ୍ଵବିଦ୍ୟାଳୟରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ


କେନ୍ଦୁଝର, ୩୦ ଅକ୍ଟୋବର (ହି.ସ.)- ଆଜି ଧରଣୀଧର ବିଶ୍ୱବିଦ୍ୟାଳୟ ଏନଇଏଚ ୫ ସଭାଗୃହରେ ଦୁର୍ନୀତି ନିବାରଣ ଆମ ସାମୁହିକ ଦାୟୀତ୍ୱ ଶୀର୍ଷକ ଏକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନାଚକ୍ରରେ ସଭାପତିତ୍ବ କରିଥିଲେ ସ୍ନାତକୋତ୍ତର ପରିଷଦର ଅଧକ୍ଷ ଡ଼କ୍ଟର ପ୍ରଭୁ ପ୍ରସାଦ ଦାସ। ସେ ତାଙ୍କ ଅଭିଭାଷଣରେ କହିଥିଲେ ଦୁର୍ନୀତି ଆମ ବିକାଶର ପଥରୋଧ କରୁଛି ଓ ନିଜ ସ୍ତରରେ ଦୁର୍ନୀତିକୁ ପ୍ରଥମେ ହଟାଇଲେ ଦେଶର ପ୍ରଗତି ହୋଇପାରିବ। ଆଲୋଚନାଚକ୍ରରେ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ କେନ୍ଦୁଝର ଭିଜିଲାନ୍ସ ବିଭାଗ ଡିଏସପି ସୁଧାଂଶୁ ଶେଖର ପୂଜାରୀ। ସେ ତାଙ୍କ ଅଭିଭାଷଣରେ କହିଥିଲେ ଭିଜିଲାନସ୍ ବିଭାଗ ତା'ର କାର୍ଯ୍ୟ ନିଷ୍ଠାର ସହ କରୁଛି। ଆପଣ ମାନେ ଆମକୁ ଅବଗତ କଲେ ଆମେ ତୁରନ୍ତ କାର୍ଯାନୁଷ୍ଠାନ ନେବୁ। ଏଥିସହିତ ନିଜ ନିଜ କ୍ଷେତ୍ରରେ ଦୁର୍ନୀତିକୁ ପରିହାର ପାଇଁ ସେ ବାର୍ତ୍ତା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ କୁଳସଚିବ ସୁଶ୍ରୀ ପ୍ରତିଭା ପୃଷ୍ଟି ଯୋଗଦେଇ ତାଙ୍କ ଅଭିଭାଷଣରେ ଦୁର୍ନୀତିର ମୁଳ ଉତ୍ପାଟନ ପାଇଁ ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରମ ପୂର୍ବରୁ ଜିଲ୍ଲା ସ୍ତରୀୟ ଇଂରାଜୀ ଓ ଓଡ଼ିଆରେ ବକ୍ତୃତା ପ୍ରତିଯୋଗିତା ୨୮-୧୦-୨୦୨୫ ରେ ଅନୁଷ୍ଠିତ ହୋଇଯାଇଛି। କୃତି ପ୍ରତିଯୋଗୀ ମାନଙ୍କୁ ୧-୧୧-୨୦୨୫ ରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ସଭାରେ ଭିଜିଲାନ୍ସ ବିଭାଗ ତରଫରୁ ପୁରସ୍କାର ପ୍ରଦାନ କରାଯିବ।

ସଭାରେ ବିଶ୍ଵବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଶତାଧିକ ଛାତ୍ର ଛାତ୍ରୀ ଉପସ୍ଥିତ ରହି ଦୁର୍ନୀତି ନିବାରଣ ପାଇଁ ଶପଥ ନେଇଥିଲେ। କାର୍ଯ୍ୟକ୍ରମର ସ୍ବାଗତ ଭାଷଣ ଡ଼କ୍ଟର ଅନୁପମା ଦାସ କରିଥିବା ବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ ବିଜୟ କୁମାର ବେହେରା ଓ ଧନ୍ୟବାଦ୍ ଅର୍ପଣ କରିଥିଲେ କାର୍ଯ୍ୟକ୍ରମର ସଂଯୋଜକ ଦୀନେଶ ମହାରଣା।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande