
ଜୟପୁର, ୩୦ ଅକ୍ଟୋବର (ହି.ସ.) - ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ଜୟପୁର ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟ ତରଫରୁ ସଚେତନତା ଶୋଭାଯାତ୍ରା ଅନୁଷ୍ଟିତ ହୋଇଛି । ଜୟପୁର ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟର ଏହି ଶୋଭାଯାତ୍ରା ବାହାରି ମୁଖ୍ୟ ରାସ୍ତା , ରାଜା ନହର ଦେଇ ପୁଣି ବିଶ୍ୱ ବିଦ୍ୟାଳୟ ରେ ପହଂଚିଥିଲା । ଏହି ଶୋଭାଯାତ୍ରାକୁ କୁଳପତି ଦେବୀ ପ୍ରସାଦ ମିଶ୍ର ଉଦଘାଟନ କରିଥିଲେ । ଏଠାରେ କୁଳ ସଚିବ ମହେଶ୍ୱର ଚନ୍ଦ୍ର ନାୟକ ସହ ଅଧୟାପିକ, ଅଧ୍ୟାପିକା ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ । ଦୁର୍ନୀତି ନିବାରଣ ଆମ ସମସ୍ତଙ୍କ ଦାୟିତ୍ୱ ଉପରେ ଉପସ୍ଥିତ ଅତିଥି ମାନେ ବିଶ୍ୱ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ସଚେତନ କରିଥିଲେ । ଦୁର୍ନୀତି ନିବାରଣ ଆମ ସମସ୍ତଙ୍କ ଦାୟିତ୍ୱ ଉପରେ ଉପସ୍ଥିତ ଅତିଥି ମାନେ ବିଶ୍ୱ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ସଚେତନ କରିଥିଲେ । ଶୋଭାଯାତ୍ରା ବିଶ୍ୱ ବିଦ୍ୟାଳୟରେ ପହଂଚିବା ପରେ ଶପଥ ପାଠ ସହ ବୈଠକ ଅନୁଷ୍ଟିତ ହୋଇଛି । ଏଠାରେ କୁଳପତି ଦେବୀ ପ୍ରସାଦ ମିଶ୍ର ,କୁଳ ସଚିବ ମହେଶ୍ୱର ଚନ୍ଦ୍ର ନାୟକ, ଅତିରିକ୍ତ ଭିଜିଲାନ୍ସ ଏସପି ଅନନ୍ତ ପ୍ରସାଦ ମଲ୍ଲିକ, ଭିଜିଲାନ୍ସ କୋର୍ଟ ସ୍ୱତନ୍ତ୍ର ସରକାରୀ ଓକିଲ ଶଶି ଧର ପଟ୍ଟନାୟକ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି