ଫୁଲବାଣୀରେ ଜିଲ୍ଲା ସ୍ତରୀୟ ବିଶ୍ବ ମିତବ୍ୟୟିତା ଦିବସ ପାଳନ
Viswa mitabyaita diwash observation in Phulbani
ଫୁଲବାଣୀରେ ଜିଲ୍ଲା ସ୍ତରୀୟ ବିଶ୍ବ ମିତବ୍ୟୟିତା ଦିବସ ପାଳନ


କନ୍ଧମାଳ, ୩୦ ଅକ୍ଟୋବର (ହି.ସ.)- ଆଜି ବିଶ୍ୱ ମିତଵ୍ୟୟିତା ଦିବସ ପାଳନ ଅବସରରେ ଫୁଲବାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଥିବା ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଠାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାଏକ ଯୋଗଦେଇ ସଞ୍ଚୟ କରିବା ନିମନ୍ତେ ଜନସାଧରରଣଙ୍କୁ ପ୍ରେରିତ କରିଥିଲେ ଏବଂ ସଞ୍ଚୟ ପକ୍ଷ ପାଳନ ନିମନ୍ତେ ହୋଇଥିବା ବକୃତା ପ୍ରତିଯୋଗିତା କୃତକାର୍ଯ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ। ସର୍ବାଧିକ ସ୍ୱଳ୍ପ ସଞ୍ଚୟ ସଂଗ୍ରହ କରିଥିବା ଅଭିକର୍ତ୍ତା ଶ୍ରୀମତୀ ବବିତା ପତି, ବି ସନ୍ତୋଷ ପାତ୍ର ଏବଂ ଶ୍ରୀମତୀ କଳ୍ପନା କୁମାରୀ ପାତ୍ର ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରା ସମ୍ମାନିତ ମଧ୍ୟ ହୋଇଥିଲେ । ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଫୁଲବାଣୀ ନରେନ୍ଦ୍ର ନାୟକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଭୁତି ଭୂଷଣ ମହାପାତ୍ର ସାଇବର୍ ସୁରକ୍ଷା ନିରିକ୍ଷକ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଫୁଲବାଣୀ ସୌମ୍ୟ ରଞ୍ଜନ ପାତ୍ର ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ ।

ଉକ୍ତ ବୈଠକରେ ଜିଲ୍ଲା ମୁଖ୍ୟ ପରିଚାଳକ ସିଦ୍ଧାର୍ଥ ପତି, ଡାକ ଅଧିକ୍ଷକ ରାଜକିଶୋର ମହାରଣା ସଞ୍ଚୟ ର ଆବଶ୍ୟକତା ଓ ସାଇବର ଠକେଇରୁ ନିଜକୁ ସୁରକ୍ଷିତ ରଖିବାର ଉପାୟ ବିଷୟରେ ଅବଗତ କରାଇଥିଲେ । ଏହା ପରେ ଏକ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ହୋଇଥିଲା ଏବଂ ସ୍ରୋତା ମାନଙ୍କ ଭିତରୁ ସଠିକ ଉତ୍ତର ଦେଇଥିବା ପ୍ରାର୍ଥୀଙ୍କୁ ପୁରସ୍କୃତ କରାଯାଇଥିଲା । ବୈଠକଟି ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ବିଜୟ ଚନ୍ଦ୍ର ପାଳ ପରିଚାଳନା କରିଥିଲେ । ବୈଠକରେ ଜିଲ୍ଲାପାଳ, ଉପ ଜିଲ୍ଲାପାଳ , ସଦର ବ୍ଲକ, ତହସିଲ ଓ ଜିଲ୍ଲା ପରିଷଦ କାର୍ଯ୍ୟାଳୟର କର୍ମଚାରୀ ଓ ସ୍ୱଳ୍ପ ସଞ୍ଚୟ ଅଭିକର୍ତ୍ତାମାନେ ଯୋଗ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande