
କେନ୍ଦୁଝର, ୩୦ ଅକ୍ଟୋବର (ହି.ସ.)- କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପିଠାଗୋଳା ଗ୍ରାମପଞ୍ଚାୟତ ଅଧୀନରେ ଥିବା କୁଲାଢାଙ୍କୁଣି ଗ୍ରାମର ଜଣେ ବିଧବା ମହିଳା ନାମ ମେଣୀ ପାତ୍ର ସ୍ଵାମୀ ନୟନ ପାତ୍ର ତାଙ୍କ ସ୍ଵାମୀଙ୍କ ବିଗତ ପାଞ୍ଚ ଛଅ ବର୍ଷ ହେବ ମୃତ୍ୟୁ ହୋଇଯାଇଥିବା ବେଳେ ସ୍ତ୍ରୀ ମେଣୀ ପାତ୍ର ବହୁ ଦୁଃଖ କଷ୍ଟରେ ଚଳୁଥିବାର ଦୃଶ୍ୟ ଗଣମାଧ୍ଯମ ସାମ୍ନାକୁ ଆସିଛି। ଏହାକୁ ନେଇ ପଞ୍ଚାୟତ ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବହୁ ବାର ଜଣାଇଥିଲେ ମଧ୍ୟ ସରକାରୀ ସହାୟତା ତାଙ୍କ ପାଇଁ ସାତ ସପନ ପାଲଟିଛି। ପାଖରେ ଆଧାର କାର୍ଡ ନଥୁବାରୁ ବିଧବା ମହିଳା ଜଣଙ୍କ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି। ବର୍ତ୍ତମାନ ତାଙ୍କ ବୟସ ପାଖାପାଖି ୭୦- ବର୍ଷ ରୁ ଉର୍ଦ୍ଧ୍ବ ହୋଇପାରେ ବୋଲି ଅନୁମାନ କରାଯାଉଛି। ବୟସ ଯେତିକି ଗଡିବାରେ ଲାଗିଛି ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଦିନକୁ ଦିନ ସେତିକି ଖରାପ ହେଉଥିବା ଦେଉଥିବା ଜଣାପଡୁଛି। କୌଣସି ଉପାୟ ନ ପାଇ ନିରାଶ ହୋଇ ପଡ଼ିଛନ୍ତି ଗରିବ ମହିଳା ଜଣକ। ଏହାକୁ ବ୍ଳକ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ବିଧବା ମହିଳା ମେଣୀ ପାତ୍ରଙ୍କୁ ସରକାରୀ ଭତ୍ତା ସହିତ ରାସନ୍ କାର୍ଡ ଓ ଆବାସ ଗୃହ ଯୋଗାଇ ଦେବା ପାଇଁ ପିଠାଗୋଳା ଗ୍ରାମପଞ୍ଚାୟତର ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA