ପୋଲିସ ପ୍ରଶାସନ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ
 କେନ୍ଦ୍ରାପଡା, 30 ଅକ୍ଟୋବର (ହି.ସ.)କେନ୍ଦ୍ରାପଡା ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ୨୦୨୫ ପୈାରସଂସ୍ଥା ଟାଉନ ହଲ ଠାରେ ଆୟୋଜିତ ହୋଇଯାଇଛି । ଏହି ଉପଲକ୍ଷେ ବ୍ୟାପକ କାର୍ଯ୍ୟକ୍ରମ ସହ ଆଜିର ଯୁବ ପିଢି ଓ ଛାତ୍ରଛାତ୍ରୀ ତଥା ବ୍ୟାପକ ମୋବାଇଲ ବ୍ୟବହାର କରୁଥିବା ଯୁବ ସମାଜ ପାଇ
ପୋଲିସ ପ୍ରଶାସନ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ


 କେନ୍ଦ୍ରାପଡା, 30 ଅକ୍ଟୋବର (ହି.ସ.)କେନ୍ଦ୍ରାପଡା ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ୨୦୨୫ ପୈାରସଂସ୍ଥା ଟାଉନ ହଲ ଠାରେ ଆୟୋଜିତ ହୋଇଯାଇଛି । ଏହି ଉପଲକ୍ଷେ ବ୍ୟାପକ କାର୍ଯ୍ୟକ୍ରମ ସହ ଆଜିର ଯୁବ ପିଢି ଓ ଛାତ୍ରଛାତ୍ରୀ ତଥା ବ୍ୟାପକ ମୋବାଇଲ ବ୍ୟବହାର କରୁଥିବା ଯୁବ ସମାଜ ପାଇଁ ସତର୍କତା ମୂଳକ “ଅଭିଯାନ ରୁହନ୍ତୁ, ଯାଂଚ କରନ୍ତୁ ଓ ସୁରକ୍ଷିତ ରୁହନ୍ତୁ” ସଫଳ କରିବା ପାଇଁ ଆଲୋଚନା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଚେତନତା ଆଲୋଚନା ଚକ୍ରରେ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର ମଲିକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଧାକର ସାହୁ, ପ୍ରଭାତ ବିଶ୍ୱାଳ, ଏସଡିପିଓ ଜ୍ୟୋତି ରଂଜନ ଗୈାଡ, କ୍ଷମାସାଗର ପଣ୍ଡା, ଡିଏସପି ଲକ୍ଷ୍ମୀ ନାରାୟଣ ତିୱାରୀ, ଡିଏସପି ସରୋଜ ସାହୁ, ଟାଉନ ଥାନା ଅଧିକାରୀ ଦିଲିପ କୁମାର ସାହୁ, ମାର୍ଶାଘାଇ ଥାନା ଅଧିକାରୀ ତପନ କୁମାର ନାୟକ ପ୍ରମୁଖ ପୋଲିସ ଅଧିକାରୀ ମାନେ ଆଲୋଚନା ରେ ଅଂଶ ଗ୍ରହଣ କରି ସାଇବର ଅପରାଧ ସଂପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ । ସାଇବର ଠକେଇର ମୁଖ୍ୟ ମାଧ୍ୟମ ହେଉଛି ଆମେ ବ୍ୟବହାର କରୁଥିବା ସ୍ମାର୍ଟ ଫୋନ୍ ଏହାକୁ ଆଧାର କରି ସାଇବର ଠକମାନେ ଆଖି ପିଛୁଳାକେ ଆପଣଙ୍କ ସଂପୂର୍ଣ୍ଣ ରୋଜଗାର କୁ ଓ ଗଚ୍ଛିତ ଅର୍ଥକୁ ଲୁଟ କରି ନେଉଥିବା ରୁ ଅଧିକ ଲୋଭର ବଶବର୍ତୀ ନହୋଇ କାହାରିକୁ ନିଜର ବ୍ୟାଙ୍କ ଆକାଉଣ୍ଟ, ଓଟିପି, ଏଟିଏମ୍ ନଂ, ପ୍ୟାନ କାର୍ଡ ଆଦି ବ୍ୟକ୍ତିଗତ ତଥ୍ୟ ପ୍ରଦାନ ନ କରିବାକୁ ପରାମର୍ଶ ଦେଇଥିଲେ । ଏହା ସହ ମୋବାଇ କୁ ଆସୁଥିବା ଅଜଣା ମେସେଜ, ୱାଟସାପ୍‌, ଫେସବୁକ୍ ଆଦି ଆପ୍ ଗୁଡିକୁ ନିଜେ ନ ଜାଣିବା ପର୍ଯ୍ୟନ୍ତ ଚଳାନ୍ତୁ ନାହିଁ ବୋଲି ପରାମର୍ଶ ଦେବା ସହ ଠକେଇ ର ଶୀକାର ହେବାମାତ୍ରେ ସଂପୃକ୍ତ ବ୍ୟାଙ୍କ ଓ ପୋଲିସ କୁ ଜଣାନ୍ତୁ ବୋଲି ପରାମର୍ଶ ଦିଆଯାଇଛି । ଏସପି ଶ୍ରୀ କଟାରିଆ ନିଜେ କିଭଳି ସାଇବର ଠକାମୀରୁ ଅଳ୍ପକେ ରକ୍ଷା ପାଇ ଯାଇଥିଲେ ତାହାର ଉଦାହରଣ ବକ୍ତବ୍ୟରେ ରଖିଥିଲେ । ଏହି ଅବସରରେ ଏସଡିପିଓ ଶ୍ରୀ ଗୈାଡ ଓ ଡିଏସପି ସରୋଜ ସାହୁ କବିତା ମାଧ୍ୟରେ ସାଇବର ସୁରକ୍ଷା ଉପରେ ଉପସ୍ଥାପନ କରିଥିଲେ । ସାଇବର ସୁରକ୍ଷା ସମ୍ବନ୍ଧୀୟ କୁଇଜ ପ୍ରତିଯୋଗିତା ଉପସ୍ଥିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ କରାଯାଇ ଥିଲା । ସାଇବର ଠକାମୀ କିଭଳି ବୟସ୍କ, ଶିକ୍ଷିତ ଓ ପଦସ୍ଥ ବ୍ୟକ୍ତି ମାନଙ୍କୁ ମଧ୍ୟ ଶୀକାର କରୁଛି ସେ ସମ୍ବନ୍ଧରେ ଅଧିକ ସଚେତନ ଓ ସତର୍କ ରହିବା ପଇଁ ଅଧିକାରୀ ମାନେ ପରାମର୍ଶ ଦେଇଥିଲେ । ଏସଡିପିଓ ଶ୍ରୀ ଗୈାଡ ଧନ୍ୟବାଦ ଅର୍ପଣ କରିଥିଲେ । ପୋଲିସ ପ୍ରଶାସନ ର ବହୁ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା ରେ ସହାୟତା କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande