
ଭୁବନେଶ୍ୱର, 30 ଅକ୍ଟୋବର (ହି.ସ.)- ସିବିଆଇର ମୋଷ୍ଟ
ୱାଣ୍ଟେଡ଼ ଦ୍ୱିବେନ୍ଦୁ ମହାରଣା ଗିରଫ । ଆବୁଧାବିରୁ ଭୁବନେଶ୍ୱର ଆସୁଥିବା ବେଳେ ଦ୍ୱିବେନ୍ଦୁକୁ
ଗିରଫ କଲା ଏୟାରପୋର୍ଟ ପୋଲିସ। ଦ୍ବିବେନ୍ଦୁ ନାଁରେ ଏଲଓସିଜାରି କରିଥିଲା ସିବିଆଇ କୋର୍ଟ । ଦିଲ୍ଲୀରେ
ଲୋକଙ୍କ ନିକଟରୁ କୋଟି କୋଟି ଟଙ୍କାର ଘୋଟାଲା କରି ଦୁବାଇ ପଳାଇଥିଲା ଦ୍ୱିବେନ୍ଦୁ । ଦ୍ବିବେନ୍ଦୁର
ଘର କଟକ ଜିଲ୍ଲାରେ ବୋଲି ସିବିଆଇପକ୍ଷରୁ ସୁଚନା ମିଳିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା