
ଭୁବନେଶ୍ୱର, 30 ଅକ୍ଟୋବର (ହି.ସ.)- ସ୍ଵାମୀ
ଦୟାନନ୍ଦ ସରସ୍ଵତୀଙ୍କ ପୁଣ୍ୟତିଥିରେ ତାଙ୍କୁ ପ୍ରଣାମ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ
ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ଆର୍ଯ୍ୟ ସମାଜର
ସଂସ୍ଥାପକ ସ୍ଵାମୀ ଦୟାନନ୍ଦ ସରସ୍ଵତୀଙ୍କ ପୁଣ୍ୟତିଥିରେ ଭକ୍ତିପୂତ ପ୍ରଣାମ ଜଣାଉଛି। ସମାଜର
ପଛୁଆ ବର୍ଗଙ୍କ କଲ୍ଯାଣ ଏବଂ ସାମାଜିକ କୁସଂସ୍କାର ଦୂର କରିବାରେ ତାଙ୍କର ଅବଦାନ ସର୍ବଦା
ସ୍ମରଣୀୟ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା