
ଭୁବନେଶ୍ୱର, 30 ଅକ୍ଟୋବର (ହି.ସ.)- ନୂଆପଡ଼ା
ଉପନିର୍ବାଚନକୁ ନେଇ ବିଜେଡ଼ି ସାଂସଦ ମୁନା ଖାଁ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ବସନ୍ତ
ପଣ୍ଡା ପଣ୍ଡାଙ୍କ ମନରେ ଦୁଃଖ ଅଛି। ସେ ଜଣେ ପୁରୁଖା ଲୋକ। ତାଙ୍କୁ ଅଣଦେଖା କରାଗଲା। ସେ ଖୋଲା ଖୋଲି
କହିପାରୁ ନାହାଁନ୍ତି। କିନ୍ତୁ ତାଙ୍କ ମନରେ ଦୁଃଖ ଅଛି। ଆଉ ତାହା ଭୋଟରେ ପ୍ରତିଫଳିତ
ହେବ। ଦଳ ବାହାରୁ ଆଣି ପ୍ରାର୍ଥୀ ଦେଲେ ଅସନ୍ତୋଷ
ରହିବା ସ୍ୱାଭାବିକ। ଏହା ଭୋଟରେ ଜଣାପଡି ଯିବ। 8 ଛାଡି 16 ମନ୍ତ୍ରୀ ଦାୟିତ୍ଵରେ ରହିଲେ କିଛି ଫରକ ପଡିବନି। ବିଜେଡ଼ି ସୁନିଶ୍ଚିତ ବିଜୟି ହେବ ବୋଲି ସେ
ଦୃଢୋକ୍ତି ପ୍ରକାଶ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା