
ଭୁବନେଶ୍ୱର, 30 ଅକ୍ଟୋବର (ହି.ସ.)- ଜାତୀୟ ପଚ୍ଛୁଆ
ବର୍ଗ କମିଶନ ସ୍ପଷ୍ଟ କାରିଛନ୍ତି, ଓଡ଼ିଶାର ବଞ୍ଚିତ ସମସ୍ତ ପଛୁଆ ଏସଇବିସିବର୍ଗଙ୍କୁ ଯେଉଁମାନେ ରାଜ୍ୟ
ତାଲିକାରେ ଅଛନ୍ତି ସେମାନଙ୍କୁ କେନ୍ଦ୍ରୀୟ ତାଲିକାରେ ସାମିଲ କରିବାକୁ ଚାହୁଁଛୁ। ସେଥିପାଇଁ
ସମସ୍ତ ପ୍ରକାର ଯୁକ୍ତି ସମ୍ବଳିତ ପ୍ରମାଣ ପତ୍ର ରାଜ୍ୟ ମାଧ୍ୟମରେ ପହଞ୍ଚିବା ଦରକାର ବୋଲି ରାଜ୍ୟ
ବିଜେପି ଓବିସିମୋର୍ଚ୍ଚା ସଭାପତି ସୁରଥ ବିଶ୍ଵାଳ କହିଛନ୍ତି। ୫୦ ରୁ ଅଧିକ ଜାତି ବର୍ଗ କମିଶନ ଯେଉଁ ଦସ୍ତାବିଜ୍ ଦେଲେ ସେମାନେ
ରାଜ୍ୟ ସରକାରଙ୍କ ପାଖରେ ସେଇ ସବୁ ପ୍ରମାଣ ପତ୍ର ଦାଖଲ କରିବାକୁ ପରାମର୍ଶ ଦେଲେ। ରାଜ୍ୟ ସରକାର
ମାଧ୍ୟମରେ ସେ ରିପୋର୍ଟ କେନ୍ଦ୍ର ପାଖକୁ ଯାଉ। ଅନେକ ସମାନ ପ୍ରକାର ଜାତି ଅଛନ୍ତି। ଯେଉଁମାନେ
ଭୁଲ ବଶତଃ କେନ୍ଦ୍ର ଓବିସି ତାଲିକାରୁ ବାଦ୍ ପଡିଛନ୍ତି। ଗୋଟେ ଜାତି ବର୍ଗର ୨୭ ପ୍ରକାର ଉପ
ଜାତି ମଧ୍ୟ ଅଛନ୍ତି। ଚଷା ଏବଂ ଖଣ୍ଡାୟତ ଏକ ପ୍ରକାର ପଟା ଥିଲେ ମଧ୍ୟ ଚଷା ଓବିସି ବର୍ଗର
କେନ୍ଦ୍ରୀୟ ତାଲିକାରେ ଥିବା ବେଳେ ଖଣ୍ଡାୟତ ସେଥିରୁ ବାଦ ରହିଛି। ଲିଖିତ ଉଚ୍ଚାରଣ ତ୍ରୁଟି
ଯୋଗୁଁ ମଧ୍ଯ ଅନେକ ଜାତି ବର୍ଗ ମଧ୍ୟ ଓବିସି ବର୍ଗର କେନ୍ଦ୍ରୀୟ ତାଲିକାରୁ ବଞ୍ଚିତ। କେନ୍ଦ୍ର ଓବିସି
କମିଶନ ମଧ୍ୟ ତ୍ରୁଟିକୁ ନେଇ ଏକ ମତ। ଓଡିଶାରୁ ୫୦ ରୁ ଅଧିକ ଜାତି ଓବିସି ବର୍ଗର କେନ୍ଦ୍ରୀୟ
ତାଲିକାରେ ସାମିଲ ହେବା ପାଇଁ ଯୋଗ୍ୟ।
କେନ୍ଦ୍ର ସରକାରଙ୍କ ଅନେକ
ସୁବିଧା ସୁଯୋଗ ପାଇବେ। ଚାକିରି, ପାଠପଢା ସଂରକ୍ଷଣ ଓଡ଼ିଶାର ଏସଇବିସିପାଇପାରୁ ନାହାନ୍ତି। ଏସଇବିସିରୁ ଓବିସି ବର୍ଗର କେନ୍ଦ୍ରୀୟ
ତାଲିକାରେସାମିଲ ହେଲେ ସଂରକ୍ଷଣର ସମସ୍ତ ସୁବିଧା ସୁଯୋଗ ପାଇବେ। ପଢ଼ାରେ ଯେଉଁ ୨୭ ପ୍ରତିଶତ
ସଂରକ୍ଷଣ ରହିଛି ତାହା ମଧ୍ୟ ପାଇ ପାରିବେ।
ରାଜ୍ୟ ସରକାର ପକ୍ଷରୁ ଯେତେ
ଶୀଘ୍ର ରିପୋର୍ଟ ପହଞ୍ଚିବ। ଦିଲ୍ଲୀରେ ତର୍ଜମା କରି ଓଡ଼ିଶାର ବଞ୍ଚିତ ଏସଇବିସିବର୍ଗଙ୍କୁ ଓବିସି ବର୍ଗର କେନ୍ଦ୍ରୀୟ ତାଲିକାରେ ସାମିଲ କରାଯିବ ନେଇ
ପ୍ରତିଶ୍ରୁତି ଦେଇଛନ୍ତି କମିସନ। ଆମେ ଆଶାବାଦୀ ରାଜ୍ୟ ସରକାର ଏନେଇ କେନ୍ଦ୍ରକୁ ରିପୋର୍ଟ
ଦେବେ। ରାଜ୍ୟ ସରକାରଙ୍କ ସହ ମଧ୍ୟ ଏହାକୁ ନେଇ ଆଲୋଚନା କରିବ ବିଜେପି ଓବିସି ମୋର୍ଚ୍ଚା। ଓଡ଼ିଶାର
୨୦୦ ଜାତି ବର୍ଗ ଓବିସି ବର୍ଗର କେନ୍ଦ୍ରୀୟ ତାଲିକାରେ ସାମିଲ ଅଛନ୍ତି। ୫୦ ରୁ ଅଧିକ ଓଡ଼ିଶାର ଏସଇବିସିଜାତି ବର୍ଗ କେନ୍ଦ୍ରୀୟ OBC ତାଲିକାରେ ସାମିଲ
ପାଇଁ ଦାବି କରାଯାଇଛି। କେନ୍ଦ୍ରରେ ମୋଦି ସରକାର ଦାୟିତ୍ଵ ନେବା ପରେ ପଛୁଆ ବର୍ଗଙ୍କ ପାଇଁ
ତାଙ୍କର ହକ ପାଇଲେ। ବିଜେଡ଼ି ଜାଣିଶୁଣି ଯୋଜନାବଦ୍ଧ ଭାବେ ଏ ଦିଗରେ ପଦକ୍ଷେପ ନେଉ ନ ଥିଲେ।
ପଛୁଆ ବର୍ଗଙ୍କୁ ବିଜେଡ଼ି ତାଙ୍କ ହକରୁ ବଞ୍ଚିତ କରି ରଖିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା