ଆଇନଜୀବୀ ପୀତବାସ ପଣ୍ଡା ଙ୍କ ଜଘନ୍ୟ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ
ଖୁବ୍ ଶୀଘ୍ର ଦୋଷୀଙ୍କୁ ଖୋଜି ବାହାର କରାଯିବ ଓ ସେମାନଙ୍କ ଵିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ - ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର, 07 ଅକ୍ଟୋବର (ହି.ସ.) ଗତ କାଲି ବ୍ରହ୍ମପୁରର ବରିଷ୍ଠ ଆଇନଜୀଵୀ ତଥା ବିଜେପି ନେତା ପୀତବାସ ପଣ୍ଡା ଙ୍କ ଜଘନ୍ୟ ଓ ଅମାନୁଷିକ ହତ୍ୟାକାଣ୍ଡରେ ମ
ଆଇନଜୀବୀ ପୀତବାସ ପଣ୍ଡା ଙ୍କ ଜଘନ୍ୟ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ


ଖୁବ୍ ଶୀଘ୍ର ଦୋଷୀଙ୍କୁ ଖୋଜି ବାହାର କରାଯିବ ଓ ସେମାନଙ୍କ ଵିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ - ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, 07 ଅକ୍ଟୋବର (ହି.ସ.) ଗତ କାଲି ବ୍ରହ୍ମପୁରର ବରିଷ୍ଠ ଆଇନଜୀଵୀ ତଥା ବିଜେପି ନେତା ପୀତବାସ ପଣ୍ଡା ଙ୍କ ଜଘନ୍ୟ ଓ ଅମାନୁଷିକ ହତ୍ୟାକାଣ୍ଡରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏହି ଘଟଣାକୁ ଦୃଢ଼ ନିନ୍ଦା କରିବା ସହିତ ଘଟଣାରେ ସଂପୃକ୍ତ ଅପରାଧୀ ମାନଙ୍କୁ ଖୋଜି ବାହାର କରି ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ପୋଲିସ ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ । ଏଭଳି ଜଘନ୍ୟ ଓ ଅମାନୁଷିକ ଘଟଣାକୁ କୌଣସି ପରିସ୍ଥିତି ରେ ମଧ୍ଯ ବରଦାସ୍ତ କରାଯିବ ନାହିଁ । ମୁଖ୍ୟମନ୍ତ୍ରୀ ସ୍ବର୍ଗତ ପଣ୍ଡା ଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande