ମହର୍ଷୀ ବାଲ୍ମିକୀ ଜୟନ୍ତୀରେ ଶୁଭକାମନା ଜଣାଇଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର 07 ଅକ୍ଟୋବର (ହି.ସ.) କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହର୍ଷୀ ବାଲ୍ମିକୀ ଜୟନ୍ତୀରେ ଶୁଭକାମନା ଜଣାଇଛନ୍ତି । ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ପବିତ୍ର ମହାକାବ୍ୟ ‘ରାମାୟଣ’ ରଚନା କରି ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଆଦର୍ଶ ଜୀବନକୁ ପ୍ରତ୍ୟେକ ଘରକୁ ପ
ମହର୍ଷୀ ବାଲ୍ମିକୀ ଜୟନ୍ତୀରେ ଶୁଭକାମନା ଜଣାଇଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ


ଭୁବନେଶ୍ୱର 07 ଅକ୍ଟୋବର (ହି.ସ.) କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହର୍ଷୀ ବାଲ୍ମିକୀ ଜୟନ୍ତୀରେ ଶୁଭକାମନା ଜଣାଇଛନ୍ତି ।

ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ପବିତ୍ର ମହାକାବ୍ୟ ‘ରାମାୟଣ’ ରଚନା କରି ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଆଦର୍ଶ ଜୀବନକୁ ପ୍ରତ୍ୟେକ ଘରକୁ ପହଞ୍ଚାଇଥିବା ‘ଆଦିକବି’ ମହାର୍ଷି ଵାଲ୍ମୀକିଙ୍କ ଜୟନ୍ତୀରେ ମୁଁ ତାଙ୍କ ଚରଣରେ କୋଟି-କୋଟି ନମନ କରୁଛି। ଵାଲ୍ମୀକିଙ୍କ ଅମର କୃତି ‘ରାମାୟଣ’ କେବଳ ଗୋଟିଏ ସାହିତ୍ୟିକ ଗ୍ରନ୍ଥ ନୁହେଁ, ଏହା ଧର୍ମ, ନ୍ୟାୟ ଓ ମର୍ଯ୍ୟାଦାର ଏକ ପଥପ୍ରଦର୍ଶକ। ତାଙ୍କ ବାଣୀରେ ମାନବତା ପ୍ରତି କରୁଣା, ତ୍ୟାଗ ଓ ସଦାଚାରର ଶିକ୍ଷା ଆଜି ମଧ୍ୟ ସମାନ ଭାବେ ପ୍ରସଙ୍ଗିକ। ସମସ୍ତଙ୍କୁ ଵାଲ୍ମୀକି ଜୟନ୍ତୀର ହାର୍ଦ୍ଦିକ ଶୁଭେଚ୍ଛା।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande