ଭୁବନେଶ୍ୱର, 7 ଅକ୍ଟୋବର (ହି.ସ.)
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସେବା ଯାତ୍ରାର ଅପରାଜେୟ 24
ବର୍ଷ
ପୂର୍ଣ୍ଣ ହେବା ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
। ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ରାଷ୍ଟ୍ରସେବା ଓ ଜନସେବାକୁ
ନିଜ ଜୀବନର ଧ୍ୟେୟ ମନେକରି ‘ବିକାଶଶୀଳ ଭାରତ’
ପାଇଁ
ଦିନ-ରାତି ଅନବରତ ପରିଶ୍ରମ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସେବା ଯାତ୍ରାର
ଅପରାଜେୟ 24 ବର୍ଷ ପୂର୍ଣ୍ଣ ହେବା ଓ 25ତମ ବର୍ଷରେ ପ୍ରବେଶ କରିବା
ଅବସରରେ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ,ଗୁଜରାଟର ମୁଖ୍ୟମନ୍ତ୍ରୀରୁ ଆରମ୍ଭ କରି ବର୍ତ୍ତମାନ ଭାରତର
ପ୍ରଧାନସେବକ ପର୍ଯ୍ୟନ୍ତ, ଦୃଢ଼ ସଂକଳ୍ପ,
ନିସ୍ୱାର୍ଥ
ସମର୍ପଣ ଓ ରାଷ୍ଟ୍ରହିତକୁ ସର୍ବୋପରି ରଖି, ଶ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଅଦ୍ଭୁତ
ଯାତ୍ରା ଭାରତୀୟ ଗଣତନ୍ତ୍ର ଓ ସଂବିଧାନିକ ମୂଲ୍ୟବୋଧକୁ ଆତ୍ମସାତ କରି,
ଗରିବ,
ଶୋଷିତ,
ବଞ୍ଚିତ,
କୃଷକ,
ମହିଳା
ଓ ଯୁବକଙ୍କ ଉନ୍ନତିକୁ ନିବେଦିତ ରହିଛି।
ରାଜ୍ୟ ଠାରୁ ଆରମ୍ଭ କରି କେନ୍ଦ୍ର ପର୍ଯ୍ୟନ୍ତ ପ୍ରାୟ 25 ବର୍ଷର ଏହି ଅବିରତ
ଯାତ୍ରା କେବଳ ରାଜନୀତିର କଥା ନୁହେଁ, ବରଂ ଏହା ହେଉଛି ଏକ ସମର୍ପଣ,
ସୁଶାସନ
ଓ ଅନ୍ତ୍ୟୋଦୟର ପ୍ରେରଣାଦାୟୀ ଜୀବନ୍ତ ଗାଥା। ପ୍ରଧାନମନ୍ତ୍ରୀ ମୋଦି ଜି ତାଙ୍କ କାର୍ଯ୍ୟକାଳରେ ‘ସବକା ସାଥ,
ସବକା
ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ’କୁ ଜନସେବାର ମୂଳମନ୍ତ୍ର
ବାନ୍ଧିଛନ୍ତି।
ଅନ୍ତର୍ଜାତୀୟ ସ୍ତରରେ ଭାରତର ଗରିମାକୁ ନୂତନ ଶିଖରରେ ପହଞ୍ଚାଇଛନ୍ତି ଏବଂ ବିଶ୍ୱକୁ ଭାରତର
ଶକ୍ତି, ସଂସ୍କୃତି ଓ ମାନବିକ ଦୃଷ୍ଟିକୋଣ ସହିତ ପରିଚିତ କରାଇଛନ୍ତି। ମହାପ୍ରଭୁ
ଜଗନ୍ନାଥଙ୍କ ଆଶୀର୍ବାଦରେ ତାଙ୍କର ଏହି ଅମୃତ ଜନସେବା ଯାତ୍ରା ଅବିରତ ଭାବରେ ଜାରି ରୁହୁ,
ଏହାହିଁ
ପ୍ରାର୍ଥନା କରୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା