ସୁବର୍ଣ୍ଣପୁର, ୯ ଅକ୍ଟୋବର (ହି.ସ.)- ପୋଲିସ ଜାଲରେ ଫସିଲା ଗଞ୍ଜେଇ ମାଫିଆ l ସୋନପୁର ବ୍ଲକ ବୁରୋମୁଣ୍ଡା ଠାରେ କରିଥିବା ଗଞ୍ଜେଇ ଗୋଦାମରେ ଚଢ଼ଉ କଲା ସୋନପୁର ପୋଲିସ l ଜିଲ୍ଲା ଆରକ୍ଷୀ ଅଧିକାରୀ ନାରାୟଣ ନାୟକଙ୍କ ସୂତ୍ରରୁ ପ୍ରକାଶ ଯେ, ଗତକାଲି ସକାଳ ୧୦ଟା ୩୦ ସମୟରେ ସୋନପୁର ଥାନାର ଏକ ଟିମ୍ ଏସଆଇ ଦୀପ୍ତି ରଞ୍ଜନ ଦିଗାଲଙ୍କ ନେତୃତ୍ବରେ ପେଟ୍ରୋଲିଂ କରୁଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଏକ ଧଳା ରଙ୍ଗର ଇଣ୍ଡିଗୋ କାରରେ ଗଞ୍ଜେଇ ଚାଲାଣ ହେଉଥିବାର ଖବର ପାଇ ଉକ୍ତ ଗାଡିର ସନ୍ଧାନ ପାଇ ତା'ର ପିଛା କରିଥିଲେ l ଉକ୍ତ ଗାଡି ସୋନପୁର-ବଲାଙ୍ଗିର ରାସ୍ତାର ହରାଡଖୋଲ ଗ୍ରାମ ଦେଇ ବୁରୋମୁଣ୍ଡା ଗ୍ରାମକୁ ଦ୍ରୁତ ଗତିରେ ପଳେଇ ଥିବା ବେଳେ କୌଶଳ କ୍ରମେ ପୁଲିସ ଟିମ ତାହାର ପିଛା କରିଥିଲେ l ସେହି ଗାଡିଟି ବୁରୋମୁଣ୍ଡା ଗୁଲୁ ସାହୁଙ୍କ ଗୋଦାମ ଘରକୁ ଯାଇ ସେଠାରେ ଗାଡିରୁ ଗଞ୍ଜେଇ ବସ୍ତା ଓହ୍ଳାଇ ଗୋଦାମ ଭିତରେ ଦୁଇ ଜଣ ଲୋକ ରଖୁଥିବା ବେଳେ ସେମାନଙ୍କ ଠାରୁ ୨ ଟି ବସ୍ତାରେ ଥିବା ୫୧ କେଜି ୨୦୦ ଗ୍ରାମ ଗଞ୍ଜେଇ ସହ ଇଣ୍ଡିଗୋ ଇସିଏସ କାର ନଂ ଓଡି୩୧-୫୯୫୫ କୁ ଜବତ କରାଯିବା ସହ ଡ଼୍ରାଇଭର ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ମାର୍ଡୋଲ ଗ୍ରାମର ବିଶିକେଶନ୍ ଭୋଇ (୪୫) ଓ ବୁରୋମୁଣ୍ଡା ଗ୍ରାମର ଗୌରୀଶଙ୍କର ମଲ୍ଲିକ (୪୦) ଙ୍କୁ ସୋନପୁର ପିଏସ କେସ ନଂ ୨୫୦/ତା ୦୭.୧୦.୨୫U/s-20(b) (ii)C/25/29 ଏନଡ଼ିପିଏସ ଆକ୍ଟ ଅନୁସାରେ ଗିରଫ କରାଯାଇ ସେମାନଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି l ପ୍ରଥମ କେସର ତଦନ୍ତ ସାରି ପୁଲିସ ଟିମ ଅଭିଯୁକ୍ତ ମାନଙ୍କୁ ଧରି ବୁରୋମୁଣ୍ଡା ଗ୍ରାମରୁ ବାହାରୁଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଲା ଯେ ଉକ୍ତ ଅଭିଯୁକ୍ତ ଗୌରିଶଙ୍କର ମଲ୍ଲିକ ଯାହାର ଘର ଉକ୍ତ ଗୁଲୁ ସାହୁ (ଦେବେନ୍ଦ୍ର) ର ଗୋଦାମ ଘର ସାମନାରେ ଅବସ୍ଥିତ ଏହି ଘରେ ଗୌରିଶଙ୍କର ଓ ଗୁଲୁ ସାହୁ ମିଶି ଆହୁରି ଗଞ୍ଜେଇ ବେଆଇନ ଭାବେ ରଖିଛନ୍ତି l ଏହି ଖବର ପାଇ ପୁଲିସ ଟିମ ସାକ୍ଷୀ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଘରର ଏକ କୋଠରୀରୁ ୧ କ୍ଵିଣ୍ଟାଲ ୧୬ କେଜି ଗଞ୍ଜେଇ ଜବତ କରିଥିଲେ l ଏ ନେଇ ଅଧିକ ତଦନ୍ତ ଚାଲିଥିଲା ବେଳେ ପୋଲିସ୍ ସ୍କାନରରେ ବର୍ତ୍ତମାନ ଫେରାର ଥିବା ମାଫିଆ ବୁରୋମୁଣ୍ଡାର ଗୁଲୁ ସାହୁ l ଏ ନେଇ ଏକ ମାମଲା ସୋନପୁର ପିଏସ କେସ ନଂ ୨୫୧/ତା ୦୭.୧୦.୨୫ U/s-20(b) (ii)C/29 ଏନଡ଼ିପିଏସ ଆକ୍ଟ ଅନୁସାରେ ଅନ୍ୟ ଏକ କେସ ରୁଜୁ କରାଯାଇ ମାମଲା ତଦନ୍ତାଧୀନ ଥିବା ସୂଚନା ଦେଇଛନ୍ତି ଆରକ୍ଷୀ ଅଧିକ୍ଷକ l
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ