ଆସ ସ୍କୁଲ ଯିବା ପଦ ଯାତ୍ରା ଅନୁଷ୍ଠିତ
ଖୋର୍ଦ୍ଧା, ୯ ଅକ୍ଟୋବର (ହି.ସ.) - ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ଜିଲ୍ଲା ସମଗ୍ର ଶିକ୍ଷ୍ୟା ଆନୁକୁଲ୍ୟରେ ସ୍ଥାନୀୟ ବିଜେବି ହାଇସ୍କୁଲ ପ୍ରେକ୍ଷାଳୟ ସଭାଗୃହରେ ଗୁରୁବାର ଆସ ସ୍କୁଲ ଯିବା ଜିଲ୍ଲାସ୍ତରୀୟ ପଦଯାତ୍ରା ସଭାରେ ଖୋର୍ଦ୍ଧା ବିଧାୟକ, ପ୍ରଶାନ୍ତ କୁମାର ଜଗଦେବ ମୁଖ୍ୟ ଅ
ଆସ ସ୍କୁଲ୍ ଯିବା


ଖୋର୍ଦ୍ଧା, ୯ ଅକ୍ଟୋବର (ହି.ସ.) - ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ଜିଲ୍ଲା ସମଗ୍ର ଶିକ୍ଷ୍ୟା ଆନୁକୁଲ୍ୟରେ ସ୍ଥାନୀୟ ବିଜେବି ହାଇସ୍କୁଲ ପ୍ରେକ୍ଷାଳୟ ସଭାଗୃହରେ ଗୁରୁବାର ଆସ ସ୍କୁଲ ଯିବା ଜିଲ୍ଲାସ୍ତରୀୟ ପଦଯାତ୍ରା ସଭାରେ ଖୋର୍ଦ୍ଧା ବିଧାୟକ, ପ୍ରଶାନ୍ତ କୁମାର ଜଗଦେବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଗଣନାଥଙ୍କ ପ୍ରତିମୂର୍ତିରେ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ ପୂର୍ବକ କହିଲେ ଯେ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ ଭାରତ ସରକାରଙ୍କ ନୂତନ ଶିକ୍ଷାନୀତି ଏବଂ ଓଡ଼ିଶା ସରକାରଙ୍କ ଯଶସ୍ୱୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆସ ସ୍କୁଲ ଯିବା ଶୈଖିକ କାର୍ଯ୍ୟକ୍ରମ ଏକ ଅଭିନବ ଯୋଜନା । ସମୟ ସ୍ରୋତରେ ଆମେ ବିଂଶ ଶତାବ୍ଦୀରେ ପଦାର୍ପଣ ହୋଇ ବିଶ୍ୱ ସହ ଭାରତବର୍ଷ ଓ ଓଡ଼ିଶା ମଧ୍ୟ ଆଗକୁ ବଢ଼ିବାରେ ଲାଗିଛି । ପ୍ରତ୍ୟେକ ଶିଶୁର ଶିକ୍ଷା ଅବିଚ୍ଛେଦ୍ୟ ଅଙ୍ଗ ଅଟେ । ମାନବ ସମ୍ବଳକୁ ଶକ୍ତିଶାଳୀ କରିବାକୁ ହେଲେ ଶିକ୍ଷା ହିଁ ଏକମାତ୍ର ମାଧ୍ୟମ । ସରକାରୀ ସାହାଯ୍ୟ ସହ ବେସରକାରୀ ଅନୁଷ୍ଠାନ, ସ୍ୱେଛାସେବୀ ସଂସ୍ଥା, ଜନପ୍ରତିନିଧି ସମସ୍ତେ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମକୁ ସାକାର କରନ୍ତୁ ଏବଂ ମାନବ ସମ୍ବଳକୁ ଶକ୍ତିଶାଳୀ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ କୋଣସି ଶିଶୁ ଯେପରି ଶିକ୍ଷା ଅଧିକାରରୁ ବଂଚିତ ନହେଉ ସେଥିପାଇଁ ସମ୍ୱେଦନଶୀଳ ହେବାକୁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବେଗୁନିଆ ବିଧାୟକ, ପ୍ରଦୀପ କୁମାର ସାହୁ ଯୋଗଦେଇ କହିଲେ ଯେ ଆସ ସ୍କୁଲ ଯିବା ସରକାରଙ୍କ ଏକ ମହତ କାର୍ଯ୍ୟକ୍ରମ । ଶିକ୍ଷାର ଅଗ୍ରଗତି ହେବାର ଆବଶ୍ୟକତା ଅଛି । ଶିକ୍ଷା ପଛକୁ ଗଲେ ରାଜ୍ୟ ପଛକୁ ଯିବ କ୍ଷ ଏହି ମର୍ମରେ ବିଧାୟକ ଶ୍ରୀ ସାହୁ କହିଥିଲେ ଶିକ୍ଷା ଅଟଇ ମହାଧନ, ବାଳକେ କର ଉପାର୍ଜନ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ରୁପଶ୍ରୀ ରାଣୀ ଗୁମାନ ସିଂହ ଯୋଗଦେଇ କହିଲେ ଯେ ଶିକ୍ଷା ବିକାଶର ଚାବିକାଠି କ୍ଷ ଶିକ୍ଷ୍ୟା ସମାଜରେ ସମସ୍ତେ କିପରି ପାଇପାରିବେ, ପ୍ରତ୍ୟେକ ପିଲା ଶିକ୍ଷାଦାନରେ ସାମିଲ ହୋଇ ମୁଖ୍ୟ ସ୍ରୋତରେ କିପରି ସାମିଲ ହେବେ ସେଥିପାଇଁ ସାମଗ୍ରିକ ଉଦ୍ୟମ ଜରୁରୀ ଅଟେ କ୍ଷ ଶିକ୍ଷ୍ୟା ସମସ୍ତଙ୍କ ମୌଳିକ ଅଧିକାର । ଏହି କାର୍ଯ୍ୟକ୍ରମକୁ ସମସ୍ତେ ସଫଳ କରାନ୍ତୁ ବୋଲି ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ, ପ୍ରତାପ ଚନ୍ଦ୍ର ବେଉରା ଯୋଗଦେଇ କହିଲେ ଯେ ଶିକ୍ଷାର ଅର୍ଥ ଅନ୍ଧକାର ବା ଅଜ୍ଞାନ ଦୁରକରି ଆଲୋକ ବା ଜ୍ଞାନ ପ୍ରଦାନ କରି ନିଜର, ପରିବାରର, ସମାଜର, ରାଜ୍ୟ, ରାଷ୍ଟ୍ର ଓ ବିଶ୍ୱର କଲ୍ୟାଣ ସାଧିତ କରିବା । ବିଦ୍ୟା ଅର୍ଜ୍ଜନ କରିବା ଦ୍ୱାରା ବ୍ୟକ୍ତିର ସର୍ବାଙ୍ଗୀନ ଉନ୍ନତି ଓ ପୂର୍ଣ୍ଣାଙ୍ଗ ବ୍ୟକ୍ତିତ୍ୱର ପରିପ୍ରକାଶ ହୋଇଥାଏ ଯଦ୍ୱାରା ସେ ସମସ୍ତ ଅନ୍ଧକାରକୁ ଦୂର କରିବା ପାଇଁ ସମ୍ଭବ ଓ ସକ୍ଷମ ହୋଇଥାଏ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣା କହିଲେ ଯେ ଶିକ୍ଷା ଅଧିକାର ଆଇନରେ ସମସ୍ତେ ଶିକ୍ଷା ଗ୍ରହଣ କରିବା ପ୍ରାବଧାନତା ଅଛି । କିନ୍ତୁ କେତେକ ଅଭାବ ଅସୁବିଧା ପାଇଁ ପ୍ରାଥମିକ ଶିକ୍ଷା ଦାନରୁ ବଂଚିତ ହେଉଛନ୍ତି କ୍ଷ ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ, ନିର୍ବିଶେଷରେ ସମସ୍ତେ ଯେପରି ଏହି ଆସ ସ୍କୁଲ ଯିବା ଅଭିଯାନରେ ସାମିଲ ହୋଇ ପାରିବେ ସେଥିପାଇଁ ସମସ୍ତେ ଉଦ୍ୟମ ଜାରି ରଖିବାକୁ ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ପୌର ପରିଷଦ ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି କହିଲେ ଯେ ପିତା ମାତା ପ୍ରଥମ ଗୁରୁ ଅଟନ୍ତି କ୍ଷ ଯେଉଁ ପିଲାମାନେ ନିଜର ଆଗ୍ରହ ଥାଇ କୌଣସି କାରଣରୁ ଶିକ୍ଷା ଦାନରୁ ବଂଚିତ ହୋଇଥିଲେ ସେମାନଙ୍କ ପାଇଁ ଆସ ସ୍କୁଲ ଯିବା ଏକ ଅଭିନବ ଯୋଜନା ଓ ସୁଯୋଗ ଯାହା ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ନିଜର ଭବିଷ୍ୟତ ଗଢ଼ିବା ସହ ରାଜ୍ୟ ଓ ରାଷ୍ଟ୍ରର ବିକାଶରେ ନିଜକୁ ସାମିଲ କରିପାରିବେ । ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ ସଭାରେ ପୌରହିତ୍ୟ କରିଥିବା ସହ ସ୍ୱାଗତ ଭାଷଣ ଦେଇ କହିଲେ ଯେ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ ଶିକ୍ଷା ଦାନରେ ଏକ ନୂତନ ଅଧ୍ୟାୟ ସରକାର ଯୋଡ଼ିଛନ୍ତି । ଏହି ଅଭିଯାନର ଲକ୍ଷ୍ୟ ହେଉଛି ସ୍କୁଲ ଛାଡ଼ିଦେଇଥିବା ଶିଶୁ ମାନଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କ ପରିବାରକୁ ସରକାରଙ୍କ ଆଭିମୁଖ୍ୟ ଏବଂ ଶିକ୍ଷାର ମୂଲ୍ୟବୋଧ କୁ ହୃଦୟଙ୍ଗମ କରାଇ ସେମାନଙ୍କୁ ପୁଣି ଥରେ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ୍ କରିବା ଆମ ଲକ୍ଷ୍ୟ ଅଟେ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଓ ସମସ୍ତ ଅତିଥି ମାନଙ୍କୁ ଉପଢ଼ୌକନ ଏବଂ ଚାରାକୁଣ୍ଡ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟ ଅତିଥି ନୂତନ ଭାବେ ଆଜି ବିଦ୍ୟାଳୟରେ ପ୍ରବେଶ କରିଥିବା ଛଅ ଜଣ ଛାତ୍ର ଛାତ୍ରୀ ମନିଷା ବିଶ୍ୱାଳ, ଟୁଇଁକିଲ ପ୍ରଧାନ, ପୂର୍ଣ୍ଣିମା ଦେହୁରୀ, ଶ୍ରାବଣୀ ବେହେରା, ଅମିତ୍ ନାୟକ ଓ ଦିନେଶ ବେହେରାଙ୍କୁ ବ୍ୟାଗ୍ ଓ ପାଠ୍ୟ ଉପକରଣ ପ୍ରଦାନ କରି। ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ସେହିପରି ମୁଖ୍ୟ ଅତିଥି ଓ ଅତିଥି ବୃନ୍ଦ ଆସ ସ୍କୁଲ ଯିବା ପୁସ୍ତକ ଉନ୍ମୋଚନ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ ମଂଚାସିନ ଥିବାବେଳେ ଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିଜୟ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ । ସଭାରେ ସାଂସଦଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ହୋତା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରଶ୍ମିବାଳା ପରିଡ଼ା,ବିଜେବି ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ବିଭୁ ପ୍ରସାଦ ସେନାପତି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁସୁମ କୁମାରୀ ପ୍ରହରାଜ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିଲ୍ଲୀପ କୁମାର ହିଆଲ୍‌, ସମସ୍ତ ବ୍ଲକ୍ ଶିକ୍ଷା ଅଧିକାରୀ, ସମସ୍ତ ବ୍ଲକ୍ ସାଧନ କେନ୍ଦ୍ର ସଂଯୋଜକ,ସି ଆର ସି ସି, ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀ ପ୍ରମୁଖ ଯୋଗଦେଇଥିଲେ । ଶେଷରେ ଆସ ସ୍କୁଲ ଯିବା ବିରାଟ ପଦଯାତ୍ରା ରାଲିକୁ ବିଦ୍ୟାଳୟ ପରିସରରୁ ବିଧାୟକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପଦଯାତ୍ରା ରାଲି ବି ଜେ ବି ସ୍କୁଲରୁ ବାହାରି ବ୍ୟାଙ୍କ ଛକ, କୋର୍ଟ ଛକ ଦେଇ ପୁନଶ୍ଚ ବିଜେବି ହାଇସ୍କୁଲ ପରିସରରେ ପହଂଚିଥିଲା ।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande