ବଲାଙ୍ଗୀର ନଗରର ବସତି ୧୫ ରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ବିଜୟା ଦଶମୀ ଉତ୍ସବ ପାଳନ
ବଲାଙ୍ଗିର,୯ ଅକ୍ଟୋବର (ହି.ସ.)- ବଲାଙ୍ଗୀର ନଗରର ବସତି ୧୫ ର ବିଜୟା ଦଶମୀ ଉତ୍ସବ ପାଳନ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଦ୍ୱାରା ଲାଲଟିକ୍ରା ସ୍ଥିତ ରାଧିକା ନଗରର ଗଣେଶ ମନ୍ଦିରରେ ସମ୍ପନ୍ନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ବେଲାର ସିଂ ଭୋଇ, ମାନନୀୟ ସରୋଜ ରଥ, ମୁଖ୍ୟବକ୍ତା ଭ
*ବଲାଙ୍ଗୀର ନଗରର ବସତି ୧୫ ରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ବିଜୟା ଦଶମୀ ଉତ୍ସବ ପାଳନ*


*ବଲାଙ୍ଗୀର ନଗରର ବସତି ୧୫ ରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ବିଜୟା ଦଶମୀ ଉତ୍ସବ ପାଳନ*


ବଲାଙ୍ଗିର,୯ ଅକ୍ଟୋବର (ହି.ସ.)- ବଲାଙ୍ଗୀର ନଗରର ବସତି ୧୫ ର ବିଜୟା ଦଶମୀ ଉତ୍ସବ ପାଳନ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଦ୍ୱାରା ଲାଲଟିକ୍ରା ସ୍ଥିତ ରାଧିକା ନଗରର ଗଣେଶ ମନ୍ଦିରରେ ସମ୍ପନ୍ନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ବେଲାର ସିଂ ଭୋଇ, ମାନନୀୟ ସରୋଜ ରଥ, ମୁଖ୍ୟବକ୍ତା ଭାବେ ବଲାଙ୍ଗୀର ଜିଲ୍ଲା ପ୍ରଚାରକ ଆଲୋକ ପଟେଲ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ସୁଚାରୁ ପରିଚାଳନା ରେ ଗୋବର୍ଦ୍ଧନ ପ୍ରଧାନ, ନଗର କାର୍ଯ୍ୟବାହ ବୀରକିଶୋର ସୁନା, ନଗର ପ୍ରଚାର ପ୍ରସାର ପ୍ରମୁଖ ରୂପେଶ କୁମାର ସାମଲ‌ ଆଦି ସହଯୋଗ କରିଥିଲେ। ସ୍ଥାନୀୟ ବସତିର‌ ଅନେକ ମାତୃ ମଣ୍ଡଳୀ ଏବଂ ସଜ୍ଜନ ଶକ୍ତି, ବିବିଧ କ୍ଷେତ୍ରର କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୋଭା ବର୍ଦ୍ଧନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande