ହିତାଧିକାରୀଙ୍କ ମାସିକ ଚାଉଳ ବାଟମାରଣା, ଯୋଗାଣ ସହାୟକଙ୍କ ସଂପୃକ୍ତି ଅଭିଯୋଗ
ମାଲକାନଗିରି, ୯ ଅକ୍ଟୋବର (ହି.ସ.)- ଆହାର ପାଇଁ ଯେପରି କୌଣସି ବ୍ୟକ୍ତିକୁ ସଂଘର୍ଷ କରିବାକୁ ନପଡେ ସେଥିପାଇଁ ଗରିବ ଓ ଅସହାୟଙ୍କ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରି ପିଡିଏସ୍ ବ୍ୟବସ୍ଥାରେ ଚାଉଳ ଏବଂ ମାଣ୍ଡିଆ ଯୋଗାଇ ଦେଉଛନ୍ତି । ତେବେ ତୃଣମୂଳ ସ୍ତରରେ କିନ୍ତୁ ଏହାର ବାସ୍ତବତା ସମ୍ପୂର୍ଣ୍ଣ
ହିତାଧିକାରୀଙ୍କ ମାସିକ ଚାଉଳ ବାଟମାରଣା, ଯୋଗାଣ ସହାୟକଙ୍କ ସଂପୃକ୍ତି ଅଭିଯୋଗ


ମାଲକାନଗିରି, ୯ ଅକ୍ଟୋବର (ହି.ସ.)- ଆହାର ପାଇଁ ଯେପରି କୌଣସି ବ୍ୟକ୍ତିକୁ ସଂଘର୍ଷ କରିବାକୁ ନପଡେ ସେଥିପାଇଁ ଗରିବ ଓ ଅସହାୟଙ୍କ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରି ପିଡିଏସ୍ ବ୍ୟବସ୍ଥାରେ ଚାଉଳ ଏବଂ ମାଣ୍ଡିଆ ଯୋଗାଇ ଦେଉଛନ୍ତି । ତେବେ ତୃଣମୂଳ ସ୍ତରରେ କିନ୍ତୁ ଏହାର ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ ।

ସୂଚନା ମୁତାବକ, ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ମାନ୍ୟମକୋଣ୍ଡା ପଞ୍ଚାୟତରେ ବିଭିନ୍ନ ଯୋଜନାରେ ୧୬୬୨ ଜଣ ହିତାଧିକାରୀଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପିଡିଏସ୍ ବ୍ୟବସ୍ଥାରେ ଚାଉଳ ଏବଂ ମାଣ୍ଡିଆ ଯୋଗାଇ ଦିଆଯାଉଛି । ହେଲେ ଏହି ସାମଗ୍ରୀ ବଣ୍ଟନ ଦାୟିତ୍ଵରେ ଥିବା ପୂର୍ବତନ ଯୋଗାଣ ସହାୟକ ରଘୁ ବଡ଼ନାୟକ ତାଙ୍କ ପାଖରେ ଲେଖା ଲେଖି କରିବା ପାଇଁ ରଖିଥିବା ନିତାଇ ନାମକ ଏକ ବ୍ୟକ୍ତିଙ୍କୁ ଗାଁ ଗାଁ ପଠେଇ ଅନଲାଇନ୍ ରେ ଟିପ ଚିହ୍ନ ନେଇ କାର୍ଡରେ ଏଣ୍ଟ୍ରି କରିବା ସହ ଲୋକଙ୍କୁ ପଞ୍ଚାୟତ ଆସି ଚାଉଳ ନେଇଯିବାକୁ କହିଥିଲେ । ପରବର୍ତ୍ତୀ ସମୟରେ ହିତାଧିକାରୀ ମାନେ ପଞ୍ଚାୟତକୁ ଯାଇ ଜୁନ ମାସର ଚାଉଳ ମାଗିବାରୁ ଯୋଗାଣ ସହାୟକ ସେମାନଙ୍କୁ ଚାଉଳ ଦେଇନଥିଲେ । ଏ ସମ୍ପର୍କରେ ପଞ୍ଚାୟତର ହିତାଧିକାରୀ ମାନେ ବର୍ତ୍ତମାନ ଦାୟିତ୍ଵରେ ଥିବା ଯୋଗାଣ ସହାୟକଙ୍କୁ ଜଣାଇବାରୁ ଏ ବିଷୟରେ ମୁଁ କିଛି ଜାଣି ପୂର୍ବରୁ ଥିବା ଯୋଗାଣ ସହାୟକ ରଘୁଙ୍କୁ ପଚାରି ବୁଝି ଜଣେଇବି ବୋଲି କହିଥିଲେ ।

ଏଠାରେ ପ୍ରଶ୍ନ ଉଠୁଛି ଯେ, ଯୋଗାଣ ସହାୟକ ହିତାଧିକାରୀଙ୍କ ପାଇଁ ଆସୁଥିବା କୁଇଣ୍ଟାଲ କୁଇଣ୍ଟାଲ ଚାଉଳ କେଉ ଉଦ୍ଦେଶ୍ୟରେ ବାଟମାରଣା କରିଛି ଏବଂ କାଲିମେଳା ବ୍ଲକ ଯୋଗାଣ ନିରୀକ୍ଷକ ଏ ବିଷୟରେ କିଛି ଜାଣିନପାରିବା ହିତାଧିକାରୀଙ୍କୁ ଚକିତ କରିଛି । ତେବେ ଅଧିକାରୀଙ୍କ ସହ ମଧୁଚନ୍ଦ୍ରିକା ବିନା ଏପରି ଦୁର୍ନୀତି ପୁର୍ଣ୍ଣ କାର୍ଯ୍ୟ ସମ୍ଭବ ନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଥିବା ବେଳେ, ଏପରି ଦୁର୍ନୀତି ପୂର୍ଣ୍ଣ କାର୍ଯ୍ୟ ତଥା କାର୍ଯ୍ୟ କରୁଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରିବା ଜରୁରୀ ବୋଲି ସାଧାରଣରେ ଦାବି ହେଉଛି ।

ଏ ସମ୍ପର୍କରେ କାଲିମେଳା ବ୍ଲକ ଯୋଗାଣ ନିରୀକ୍ଷକ ଚିନ୍ମୟ ସାହୁଙ୍କୁ ଯୋଗାଯୋଗ କରିବାରୁ ସେ ଏହାର ତଦନ୍ତ କରି ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande