ଝୁମ୍ପୁରା ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା
କେନ୍ଦୁଝର, ୯ ଅକ୍ଟୋବର (ହି.ସ.)- ବିଜେଡିର ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଗୁରୁବାର ଠାରୁ ଆରମ୍ଭ ହୋଇଛି ବିଜେଡିର ଜନସମ୍ପର୍କ ପଦଯାତ୍ରା। ଏହି ପଦଯାତ୍ରା ଆସନ୍ତା ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଥିବା ବେଳେ, ବିଜେପି ନେତୃତ୍ବଧ
ଝୁମ୍ପୁରା ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା


କେନ୍ଦୁଝର, ୯ ଅକ୍ଟୋବର (ହି.ସ.)- ବିଜେଡିର ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଗୁରୁବାର ଠାରୁ ଆରମ୍ଭ ହୋଇଛି ବିଜେଡିର ଜନସମ୍ପର୍କ ପଦଯାତ୍ରା। ଏହି ପଦଯାତ୍ରା ଆସନ୍ତା ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଥିବା ବେଳେ, ବିଜେପି ନେତୃତ୍ବଧିନ ରାଜ୍ୟ ସରକାରଙ୍କ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ନାରୀନିର୍ଯ୍ୟାତନା ବୃଦ୍ଧି ଓ ବିଫଳତାକୁ ଜନସାଧାରଣ ନିକଟରେ ପହଞ୍ଚାଇବା ପାଇଁ ପ୍ରୟାସ କରାଯିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ଏହି କ୍ରମରେ ଝୁମ୍ପୁରା ବ୍ଲକ ବିଜେଡି ପକ୍ଷରୁ ଗୁରୁବାର ନହବେଡା ଠାରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଝୁମ୍ପୁରା ବ୍ଲକ ବିଜେଡି ସଭାପତି ଡମ୍ବରୁଧର ଦାସଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ କୁଟୁଗାଁ, ଖେଣ୍ଡରା ଏବଂ ନହବେଡା ଗ୍ରାମ ପଞ୍ଚାୟତର ବିଜେଡି କର୍ମୀ ଓ ଛାମୁଆଁ ନେତା ସାମିଲ ହୋଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଥମେ ଉତ୍କଳମଣି ଗୋପବନ୍ଧୁ ଏବଂ ବିଜୁ ପଟ୍ଟନାୟକଙ୍କ ଫଟୋରେ ପୁଷ୍ପମାଲ୍ୟ ଏବଂ ଧୂପ ପ୍ରଜ୍ବଳନ କରାଯାଇଥିଲା । ଏହା ପରେ ଗୁମୁରା ସମିତି ସଭ୍ୟ ସ୍ବର୍ଗତ ଉଦୟ ପାତ୍ରଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା।

ଆୟୋଜିତ କାର୍ଯ୍ୟକ୍ରମରେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ତଥା ପୂବର୍ତନ ଜିଲ୍ଲା ସଭାପତି ମାଧବ ସର୍ଦାର, ଜିଲ୍ଲା ବିଜେଡି ବରିଷ୍ଠ ଉପସଭାପତି ପ୍ରମୋଦ ପଟ୍ଟନାୟକ, ନହବେଡା ସମିତି ସଭ୍ୟ ବସନ୍ତି ପ୍ରଧାନ, ମହିଳାନେତ୍ରୀ ତୁଳସୀ ମହାନ୍ତ, ନହବେତା ପଞ୍ଚାୟତ ସଭାପତି ବିଶୁ ନାଏକ, ଖେଣ୍ଡରା ପଞ୍ଚାୟତ ସଭାପତି ଖଗେଶ୍ବର ମହାନ୍ତ, ଝୁମ୍ପୁରା ପଞ୍ଚାୟତ ସଭାପତି ଭୋଳାନାଥ ନାଏକ, ବ୍ଲକ ଛାତ୍ର ସଭାପତି ଭାଗିରଥୂ ପ୍ରଧାନ, ରଞ୍ଜନ ବେହେରା, ଲାଲା ବାରିକ, କାଳେନ୍ଦୀ ମହାନ୍ତି, ପବନା ମହାନ୍ତ, ଟୁନା ଭଞ୍ଜ, ପ୍ରଶାନୁ ମହାକୁଡ଼, ସରଜ ବାରିକ, ବସନୁ ମହାନ୍ତ, ଯତୀନ ମୁଣ୍ଡା ପ୍ରମୁଖ ଉପସ୍ଥିତ ରହି କର୍ମୀମାନଙ୍କ ସହିତ ତୃଣମୂଳ ସ୍ମରରେ ସଂଗଠନ କୁ ଅଧୂକ ରୁ ଅଧୂକ ମଜବୁତ କରିବା ନେଇ ସବିଶେଷ ଆଲୋଚନା କରିଥିଲେ। ବିଜେଡି କର୍ମୀ ଓ ନେତାମାନେ ଜନସାଧାରଣଙ୍କ ପାଖକୁ ଯାଇ ସେମାନଙ୍କ ସୁଖଦୁଃଖରେ ସାମିଲ ହେବା ସହିତ ସେମାନଙ୍କ ସମସ୍ୟା ସମାଧାନ କରାଯିବ ବୋଲି ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ତଥା ପୂର୍ବତନ ଜିଲ୍ଲା ସଭାପତି ମାଧବ ସର୍ଦ୍ଦାର ମତବ୍ୟକ୍ତ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande