ଭଦ୍ରକ, ୯ ଅକ୍ଟୋବର (ହି.ସ.) - ଏହି ଜିଲାର ଚାନ୍ଦବାଲି ରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କର ୧୪୮ତମ ଜୟନ୍ତୀ ଦିବସ ପାଳନ ହୋଇଯାଇଛି।ସେବକ ଶିରୋମଣି, ସେବା ଓ ତିତିକ୍ଷାର ପ୍ରତୀକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ କୁ ଗୁରୁବାର ସଖାଳ ୯ ଘଟିକା ସମୟରେ ଚାନ୍ଦବାଲି ପୁରୁଣା ବସ୍ ଷ୍ଟାଣ୍ଡ ନିକଟରେ ଥିବା ପ୍ରତିମୃତି ଠାରେ ସମାଜସେବୀ,ଶିକ୍ଷକ, ଆଇନୀଜୀବୀ, ରାଜନେତା, ସାମ୍ବାଦିକ, ବୁଦ୍ଧିଜୀବୀ ଓ ବଣିକ ସଂଘ ଏକତ୍ର ହୋଇ ଉତ୍କଳମଣି ଙ୍କ ଜୟନ୍ତୀ ଦିବସ ପାଳନ କରିଥିଲେ ।କାର୍ଯ୍ୟକ୍ରମ ଟିକୁ ସାମ୍ବାଦିକ ନିତ୍ୟ ପ୍ରକାଶ ବେହେରା ପରିଚାଳନା କରିଥିଲେ।ଏଥିରେ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ଓକିଲ ସଂଘ ର ସଭାପତି ଆଇନୀଜୀବୀ ଉପେନ୍ଦ୍ର ରାଉଳ ଯୋଗ ଦେଇ ଗୋପବନ୍ଧୁ ଦାସ ଙ୍କ ପ୍ରତିମୃତି ରେ ଉତରୀୟ ଓ ପୁଷ୍ପମାଲ୍ୟ ଦେବା ସହ ଉତ୍କଳମଣି ଙ୍କ ତ୍ୟାଗ ପୂର୍ଣ୍ଣ ଜୀବନୀ ବିଷୟରେ ଆଲୋଚନା କରି ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହେବାକୁ କହିଥିଲେ।ଏହି ଅବସରରେ ମହାନ୍ ଦେଶ ସେବକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଭାରତ ରତ୍ନ ଉପାଧି ପ୍ରଦାନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଦାବୀ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଅମୁଲ୍ୟ ରାଉତ,ପ୍ରଫୁଲ୍ଲ ଦାସ, ତାରାପଦ ମହାନ୍ତି,ସବ୍ୟସାଚୀ ମହାନ୍ତି, ଦିଲୀପ ରାଉତ,ବିଶ୍ୱନାଥ ସୁତାର,ସୁକାନ୍ତ ନାୟକ, ଗୋପିରାମ ଅଗ୍ରୱାଲ, ସୁଶାନ୍ତ ବିଶ୍ୱାଳ,ଦେବାଶିଷ ନାୟକ, ମନୋରଞ୍ଜନ ଖୁଂଟିଆ,ଆଶିଷ ବେହେରା, ପ୍ରମୋଦ ଦାଶ,ଗୌରହରୀ ଦାସ,ଦେବାଶିଷ ପାଢ଼ୀ ଉପସ୍ଥିତ ରହିଥିଲେ। ଶେଷରେ ପ୍ରବୀର ସେନ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ