ଚମ୍ପୁଆ, ୯ ଅକ୍ଟୋବର (ହି.ସ.)- ଚମ୍ପୁଆ ବ୍ଲକ ସଭାଗୃହ ଠାରେ ସ୍ଥାନୀୟ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ଶିଶୁ ଶ୍ରମିକ ଉଛେଦ ଅଭିଯାନ ଆରମ୍ଭ କରାଯାଇଥିଲା । ଏ ସମ୍ବନ୍ଧରେ ଏକ ଶପଥ ପାଠ ମଧ୍ୟ କରାଯାଇଥିଲା । ଗ୍ରାମଞ୍ଚଳରେ ବା ସହରାଞ୍ଚଳରେ କିପରି ସମସ୍ତ ଶିଶୁ ଶିକ୍ଷା ଗ୍ରହଣ କରିବେ, ସମସ୍ତେ ବିଦ୍ୟାଳୟକୁ ଆସିବେ, ସମସ୍ତେ ବିଦ୍ୟାଳୟରେ ପାଠ ପଢିବେ, ଅଧାରୁ ପାଠ ଛାଡି ଯିବେନାହିଁ, କେହି ଶିଶୁ ଶ୍ରମିକ ଭାବେ କାମ କରିବେ ନାହିଁ, ଏ ସମ୍ପର୍କରେ ଏକ ପଞ୍ଚାୟତ ପ୍ରତିନିଧି ଓ ଅଧିକାରୀଙ୍କୁ ନେଇ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ଚମ୍ପୁଆ ସିଡିପିଓ ଲକ୍ଷ୍ମୀ ମାରାଣ୍ଡି, ପଞ୍ଚାୟତ ନିର୍ବାହୀ ଅଧିକାରୀ ସ୍ୱାଗତିକା ପୃଷ୍ଟି, ରଞ୍ଜୁଲତା ଗିରି, ଜୁଲି ସର୍ଦ୍ଦାର, ସଙ୍ଗୀତା ମାଝୀ, ରୀନା ପ୍ରଧାନ, ବିଜନ କୁମାର ମୁଣ୍ଡା, ଅନିଲ ମହାନ୍ତ, ସଚିଦା ନନ୍ଦ ବାରିକ, ସଞ୍ଜୟ ମୁଦି ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ ।
ଏଥିସହିତ ରଜିଆ ସରପଞ୍ଚ ସନ୍ତୋଷ କୁମାର ନାଏକ, ରଙ୍ଗାମାଟିଆ ସରପଞ୍ଚ ମାଧୁରୀ ନାଏକ, ଭୁଇଁପୁର ସରପଞ୍ଚ କ୍ଷୀରମଣି ନାଏକ, ଚନ୍ଦ୍ରଶେଖରପୁର ସରପଞ୍ଚ ଜୟମଣି ନାଏକ, କରଞ୍ଜିଆ ସରପଞ୍ଚ ସୁପ୍ରିୟା ମୁଣ୍ଡା, କୁଟାରିପଶି ସରପଞ୍ଚ ସଜରାମ ଚାତାର, ସୁନାପଶି ସରପଞ୍ଚ ସଞ୍ଚିତା ଚାତାର, ପଡୁଆ ସରପଞ୍ଚ ମନୋଜ ନାଏକ, ପର୍ଶଳା ସରପଞ୍ଚ ଲୀଳାବତୀ ମୁଣ୍ଡା, ଭଣ୍ଡା ସରପଞ୍ଚ ନୟନ ନାଏକ ପ୍ରମୁଖ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / Trinath Mahanta