ଭଦ୍ରକ, ୯ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲା ଧାମନଗର ଅଂଚଳ ରେ କିଛି ଅସାମାଜିକ ଲୋକ ବିଭିନ୍ନ ସମୟରେ ଚୋରି ଓ ଡକାୟତି ରେ ଲିପ୍ତ ରହୁଛନ୍ତି ।ଏପରିକି ସେମାନେ ବିଶେଷ କରି ମହିଳା ଙ୍କ ବେକରୁ ସୁନା ହାର ଚୋରି କରିବାରେ ବେସ ଧୁରନ୍ଦର।ଧାମନଗର ରୁ ଏବେ ଚୋର ମାନେ ଅନ୍ୟ ଜିଲ୍ଲା କୁ ଯାଇ ଚୋରି ରେ ଲିପ୍ତ ରହୁଛନ୍ତି। ଦୁଇ ଦିନ ତଳେ ଧର୍ମଶାଳା ପୋଲିସ ଦ୍ୱାରା ପର୍ଦ୍ଦାଫାଶ ହୋଇଥିବା ଜାତୀୟ ରାଜପଥ ଉପରୁ ଲୁଟ୍ ଛିନତାଇ ମାମଲାରେ ଭଦ୍ରକ ଜିଲ୍ଲା ଧାମନଗରର ଲିଙ୍କ ରହିଛି । ଏହି ମାମଲାରେ ଧର୍ମଶାଳା ପୋଲିସ ଧାମନଗର ରୁ ୪ ଜଣଙ୍କୁ ଗିରଫ କରିଛି। ଏମାନେ ହେଲେ ମୁସ୍ତଫାପୁର ପଂଚାୟତ ନୂଆପଡ଼ା ଗାଁର ୨ ଯୁବକ ବଳରାମ ଦାସ, ଜଗନ ଦାସ ଦୋବଲ ପଂଚାୟତ ସୋଧ ଗୌତମ କୁଣ୍ଡୁ ଏବଂ ଆନନ୍ଦ କୁଣ୍ଡୁ । ଧର୍ମଶାଳା ପୋଲିସ ଆସି ଧାମନଗର ପୋଲିସ ସହାୟତାରେ ପ୍ରଥମେ ସୋଧରୁ ଗୌତମ ଓ ତାଙ୍କ ପଡ଼ୋଶୀ ଆନନ୍ଦ କୁଣ୍ଡୁଙ୍କୁ ଉଠାଇ ନେଇଥିଲା। ନୂଆପଡ଼ା ଗାଁରୁ ବଳରାମ ଓ ଜଗନ ଙ୍କୁ ଧରିଥିଲେ। ଧାମନଗର ଥାନାରେ ଆଇନଗତ ପ୍ରକ୍ରିୟା ସାରି ସମସ୍ତ ୪ ଜଣଙ୍କୁ ଧର୍ମଶାଳା ନେଇ ପଚରାଉଚରା କରିଥିଲେ। ପରେ ଅନ୍ୟ ୨ ଜଣଙ୍କ ସହ କୋର୍ଟ ଚାଲାଣ କରିଥିଲେ। ଏହି ଘଟଣାରୁ ସ୍ପଷ୍ଟ ହୋଇଛି ଯେ, ସୁନା ଗହଣା ଚୋର ଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଧାମନଗର ଥାନା ଅଂଚଳ। ବର୍ଷକ ଭିତରେ ତିନି ତିନିଟି ଘଟଣାରେ ଧାମନଗର ଅଂଚଳର ଲୋକଙ୍କ ଏଭଳି ସଂପୃକ୍ତି ଚିନ୍ତାର କାରଣ ପାଲଟିଛି। ଧର୍ମଶାଳା ଘଟଣାକୁ ମିଶାଇ ଗୌତମ କୁଣ୍ଡୁ ତିନି ତିନିଟି ଚୋରି ମାମଲାରେ ଗିରଫ ହୋଇଛନ୍ତି। ଗତବର୍ଷ ଜୁନରେ ଓ ସେପଟେମ୍ବର ରେ ଯାଜପୁର ଥାନା ଅଞ୍ଚଳରେ ହୋଇଥିବା ସୁନା ଚୋରି ଘଟଣାରେ ଯାଜପୁର ପୋଲିସ ଗୌତମ କୁ ଗିରଫ କରିଥିଲା। ଧର୍ମଶାଳା ପୋଲିସ ଦ୍ୱାରା ଗିରଫ ହୋଇଥିବା ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଧାମନଗର ଥାନା ଅଂଚଳର ବଳରାମ ଓ ଜଗନ ଜାତୀୟ ରାଜପଥରେ ଲୋକଙ୍କୁ ଟାର୍ଗେଟ କରିଥାନ୍ତି। ଏକୁଟିଆ ଯାଉଥିବା ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟ୍ କରିଥାନ୍ତି। ନମ୍ବର ବିହୀନ କଳା ପଲସର ରେ ବିଜୁଳି ବେଗରେ ଆସି ଛିନତାଇ କରି ପଳାଇଥାନ୍ତି। ଆଉ ଲୁଟ୍ ସୁନା ଗହଣାକୁ ଗୌତମ, ଆନନ୍ଦ ଓ ଅନ୍ୟ ଲୋକଙ୍କୁ ବିକ୍ରି କରିଥାନ୍ତି। କିଛିଦିନ ତଳେ ହାଇୱେ ରେ ପାଟ୍ରୋଲିଂ ବେଳେ ବଳରାମ ଓ ଜଗନ ଧରାପଡ଼ିଥିଲେ। ତା ପରେ ଏମାନେ ସବୁ ଧରା ହୋଇଛନ୍ତି। ତେବେ ପୋଲିସ ଅଧିକ ପେଟ୍ରୋଲିଂ କଲେ ଏପରି ଡକାୟତ ମାନେ ଧରା ପଡ଼ିବେ ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ