ଔଷଧ ଦୋକାନରେ ଚଢ଼ଉ
କେନ୍ଦୁଝର, ୯ ଅକ୍ଟୋବର (ହି.ସ.)- ମଧ୍ୟପ୍ରଦେଶରେ କଫ୍‌ସିରପ୍ ଖାଇ ଦୁଇବର୍ଷ ଶିଶୁଙ୍କ ମୃତ୍ୟୁ ଘଟଣା ପରେ ଓଡ଼ିଶା ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ତତ୍ପରତା ଦେଖାଯାଇଛି। ଓଡ଼ିଶା ଭେଷଜ ନିୟନ୍ତ୍ରକଙ୍କ ନିର୍ଦେଶରେ ଔଷଧ ଦୋକାନରେ ଚଢ଼ଉ ଚାଲିଥିବା ବେଳେ କେନ୍ଦୁଝର ସହରର ବିଭିନ୍ନ ଔଷଧ ଦ
ଔଷଧ ଦୋକାନରେ ଚଢ଼ଉ


କେନ୍ଦୁଝର, ୯ ଅକ୍ଟୋବର (ହି.ସ.)- ମଧ୍ୟପ୍ରଦେଶରେ କଫ୍‌ସିରପ୍ ଖାଇ ଦୁଇବର୍ଷ ଶିଶୁଙ୍କ ମୃତ୍ୟୁ ଘଟଣା ପରେ ଓଡ଼ିଶା ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ତତ୍ପରତା ଦେଖାଯାଇଛି। ଓଡ଼ିଶା ଭେଷଜ ନିୟନ୍ତ୍ରକଙ୍କ ନିର୍ଦେଶରେ ଔଷଧ ଦୋକାନରେ ଚଢ଼ଉ ଚାଲିଥିବା ବେଳେ କେନ୍ଦୁଝର ସହରର ବିଭିନ୍ନ ଔଷଧ ଦୋକାନରେ ଚଢ଼ଉ କରାଯିବା ସହ ସଚେତନ‌ତା ସୃଷ୍ଟି କରାଯାଇଥିଲା। ଆସିଷ୍ଟାଣ୍ଟ ଡ୍ରଗ୍ କଣ୍ଟ୍ରୋଲର୍‌ ପ୍ରଣତିପ୍ରଭା ସାହୁ, କେନ୍ଦୁଝର ରେଞ୍ଜ ଡ୍ରଗ୍ ଇନ୍ସପେକ୍ଟର ଅମିତ ପ୍ରୀତମ ବେହେରା, କେନ୍ଦୁଝର -୨ ଡ୍ରଗ ଇନ୍ସପେକ୍ଟର ଅରୁଣ କୁମାର ନାୟକ, ଅଫିସ୍ ଆସିଷ୍ଟାଣ୍ଟ ଜିତେନ୍ଦ୍ର କୁମାର ସ୍ବାଇଁ ପ୍ରମୁଖ ପାଖାପାଖ୍ ୨୦ଟି ଔଷଧ ଦୋକାନରେ ଚଢ଼ଉ କରି ବିଭିନ୍ନ କମ୍ପାନୀର କଫ୍ ସିରପ କିଣା ଏବଂ ବିକ୍ରି ସଂପର୍କରେ ଯାଞ୍ଚ କରିଛନ୍ତି। ସେହିପରି ୨ ବର୍ଷ ବୟସରୁ କମ୍ ଶିଶୁକୁ କଫ ସିରପ ନଦେବାକୁ ଡାକ୍ତର ଓ ଦୋକାନୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା। ଚଢ଼ଉରେ ସଂଗ୍ରହ ହୋଇଥିବା ନମୁନାର ମାନ ଜାଣିବା ପାଇଁ ଲ୍ୟାବ୍‌ କୁ ପଠାଯାଇଛି ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande