ଜୟପୁର, ୯ ଅକ୍ଟୋବର (ହି.ସ.) - ଦେଶି ମଦ ଚାଲାଣ ବେଳେ ଅବକାରି ବିଭାଗର ସେଟଲାଇଟ ଟିମ ଚଢାଉ କରି ଦୁଇ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ୨ ଅଭିଯୁକ୍ତ ହେଲେ ମୁକୁନ୍ଦ ଭତ୍ରା ଓ ମଦନ ପୁଜାରି। ସୂଚନା ଅନୁଯାଇ ଦେଶି ମଦ ଚାଲାଣ ହେଉଥିବା ସୂଚନା ପାଇ ଜୟପୁର ସେଟଲାଇଟ ଟିମ କୁନ୍ଦୁରା ଥାନା ଅନ୍ତର୍ଗତ ଜିରାଗୁଡା ରାସ୍ତାରେ ଚଢାଉ କରିଛି । ଚଢାଉ କରି ୨ ଅଭିଯୁକ୍ତ ଠାରୁ ୪୭ ଲିଟର ଦେଶି ମଦ ଜବତ କରିଛି । ଗିରଫ ୨ ଅଭିଯୁକ୍ତକୁ ଆଜି ସଂନ୍ଧ୍ୟା ୫ ଟାରେ କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ସେଟଲାଇଟ ଟିମ ତରଫରୁ ସୂଚନା ଦିଆଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି