ଝୁମର ନୃତ୍ୟରେ ଦୁଲୁକି ଉଠୁଛି ମଣତା ଗାଁ, ଲକ୍ଷ୍ମୀ ମଣ୍ଡପ
କେନ୍ଦୁଝର, ୦୯ ଅକ୍ଟୋବର(ହି.ସ.) – ଧରା ପୃଷ୍ଠରେ ଅବତରଣ କରିଛନ୍ତି ମା ଗଜଲକ୍ଷ୍ମୀ। କୁମାର ପୁର୍ଣିମା ଅବସରରେ ପୂରରୁ ପଲ୍ଲୀ, ଗାଁ ରୁ ସହର ସବୁଠାରେ ପୂଜା ପାଉଛନ୍ତି ଗଜଲକ୍ଷ୍ମୀ। ଶଙ୍ଖ ହୁଳହୁଳି ଘଂଟଘଂଟି ନାଦ ସାଙ୍ଗକୁ ଲକ୍ଷ୍ମୀ ପୁରାଣରେ ଭକ୍ତିମୟ ସୃଷ୍ଟି ସମ୍ପୂର୍ଣ ପରିବେଶ। ଏହି ଅବସରରେ ଘଟଗାଁ
ଝୁମର ନୃତ୍ୟରେ ଦୁଲୁକି ଉଠୁଛି ମଣତା ଗାଁ, ଲକ୍ଷ୍ମୀ ମଣ୍ଡପ


କେନ୍ଦୁଝର, ୦୯ ଅକ୍ଟୋବର(ହି.ସ.) – ଧରା ପୃଷ୍ଠରେ ଅବତରଣ କରିଛନ୍ତି ମା ଗଜଲକ୍ଷ୍ମୀ। କୁମାର ପୁର୍ଣିମା ଅବସରରେ ପୂରରୁ ପଲ୍ଲୀ, ଗାଁ ରୁ ସହର ସବୁଠାରେ ପୂଜା ପାଉଛନ୍ତି ଗଜଲକ୍ଷ୍ମୀ। ଶଙ୍ଖ ହୁଳହୁଳି ଘଂଟଘଂଟି ନାଦ ସାଙ୍ଗକୁ ଲକ୍ଷ୍ମୀ ପୁରାଣରେ ଭକ୍ତିମୟ ସୃଷ୍ଟି ସମ୍ପୂର୍ଣ ପରିବେଶ। ଏହି ଅବସରରେ ଘଟଗାଁ ବ୍ଲକ ମଣତା ଗ୍ରାମ ମହାନ୍ତ ସାହିରେ ଜାକଯମକରେ ପାଳନ କରୁଛନ୍ତି ଗଜଲକ୍ଷ୍ମୀ ପୂଜା। ସୁନ୍ଦର ଆଲୋକ ତୋରଣ ସାଙ୍ଗକୁ ମଣ୍ଡପ ପାର୍ଶ୍ୱସ୍ଥ ସକ୍ଷୀ ମୂର୍ତି ଭକ୍ତକୁ କରୁଛି ଅନେକ ଆକୃଷ୍ଟ। ନୀତିକାନ୍ତି ଅନୁଯାୟୀ ମାଙ୍କର ଷୋଡଶ ଉପଚାର ପୂଜା ଓ ଲକ୍ଷ୍ମୀ ପୁରାଣ ସାଙ୍ଗକୁ ସନ୍ଧ୍ୟାରେ ଭକ୍ତ ମାନଙ୍କ ମନୋରଞ୍ଜନ ପାଇଁ ହେଉଛି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ। ଗ୍ରାମର ସମସ୍ତେ ଉତ୍ସାହିତ, ସାଂସ୍କୃତିକ କାର୍ଯ୍ୟକ୍ରମ ସହ ନିଜର କଳା ଓ ପ୍ରତିଭା, ପରମ୍ପରାକୁ ବଜାଇ ରଖିବା ଉଦେଶ୍ୟରେ ଶିକ୍ଷକ ବସନ୍ତ କୁମାର ମହାନ୍ତଙ୍କ ସହଯୋଗ ରେ ତୃତୀୟ ରଜନୀରେ ଆୟୋଜିତ ହୋଇଥିଲା ଝୁମର ନୃତ୍ୟ ପ୍ରତିଯୋଗିତା। ଏହି ପ୍ରତି ଯୋଗିତାରେ କୁଡୁମୀ ସମ୍ପ୍ରଦାୟର ଛଅ ଗୋଟି ଦଳ ଝୁମର ନୃତ୍ୟ ପରିବେଷଣ ଲାଗି ଅଂଶଗ୍ରହଣ କରିଥିବା ବେଳେ ବିଜେତା ଦଳ ଅନୁସାରେ ହରିଚନ୍ଦନପୁର ବ୍ଲକ ଚିଲିକି ଧରା ଝୁମର ନୃତ୍ୟ ଦଳ ପ୍ରଥମ ସ୍ଥାନ ହାସଲ କରି ୨୦୦୧ଟଙ୍କା ପୁରସ୍କାର ଅର୍ଜନ କରିଥିବାବେଳେ, ଦ୍ୱିତୀୟ ସ୍ଥାନରେ ରହି ଧୂବୁଲା ବେଡା ଦଳ ୧୫୦୧ଟଙ୍କା ଓ ବାଲିପୋଖରୀ ଝୁମର ନୃତ୍ୟ ପ୍ରତିଯୋଗୀ ତୃତୀୟ ସ୍ଥାନ ହାସଲ କରି ୧୦୦୧ ଟଙ୍କାରେ ପୁରସ୍କୃତ ହୋଇଛନ୍ତି। ପ୍ରତିଯୋଗୀଙ୍କୁ ସାନ୍ତ୍ୱନା ମୂଳକ ପୁରସ୍କାରରେ ପୁରସ୍କୃତକରିଛନ୍ତି ମଣତା ମହାନ୍ତ ସାହି ଗଜ ଲକ୍ଷ୍ମୀ ପୂଜା କମିଟି ସଦସ୍ୟମାନେ।

ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande