ଚମ୍ପୁଆ,୯ ଅକ୍ଟୋବର (ହି.ସ.)- ଚମ୍ପୁଆ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୮ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ସମାଜ ପ୍ରତିନିଧି ପ୍ରଦୀପ କୁମାର ପ୍ରଧାନ, ମୁଖ୍ୟବକ୍ତା ଭାବେ ଝାଡେଶ୍ୱର ଆରୁକ, ସମ୍ମାନିତ ଅତିଥି ଭାବେ ପୂର୍ବତନ ପ୍ରଧାନାଚାର୍ଯ୍ୟ ଧରଣୀଧର ଦାସ, ପ୍ରଧାନାଚାର୍ଯ୍ୟ ଶରତ ଚନ୍ଦ୍ର ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରଥମେ ବିଦ୍ୟାମନ୍ଦିର ବୌଦ୍ଧିକ ମଣ୍ଡପରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।
ଏହାପରେ କଚେରୀ ପରିସରରେ ଥିବା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ ଓ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ପରେ ଗାନ୍ଧୀଛକଠାରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ସଭାରେ ବିଭିନ୍ନ ବକ୍ତା ପଣ୍ତିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ମହାନ ଜୀବନ ଦର୍ଶନ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ । ଗୋପବନ୍ଧୁଙ୍କର ବିଭିନ୍ନ କ୍ଷେତ୍ରରେ ଓଡିଶା ତଥା ଭାରତ ପାଇଁ ଅବଦାନ ସମ୍ପର୍କରେ ଅବଗତ କରାଯାଇଥିଲା । ଛାତ୍ରଛାତ୍ରୀମାନେ ଗୋପବନ୍ଧୁଙ୍କର ନୀତି ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦିଆଯାଇଥିଲା।
ବିଦ୍ୟାଳୟର ଆଚାର୍ଯ୍ୟ ଭାସ୍କର ଚନ୍ଦ୍ର ମହାକୁଡ, କପିଳେନ୍ଦ୍ର ସମାନ୍ତରାୟ, ସତ୍ୟଜିତ ପ୍ରଧାନ, ଉମେଶ ଚନ୍ଦ୍ର ମହାନ୍ତ, ନିର୍ମଳ ମହାନ୍ତ, ପଓ୍ୱନ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / Trinath Mahanta