ବଲାଙ୍ଗିର, ୯ ଅକ୍ଟୋବର (ହି.ସ.)- ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର କଲେଜ ଛକ ବଲାଙ୍ଗୀର ଠାରେ ଗୁରୁବାର ଡ।. ଗୋଦାବରୀଶ ରଥଙ୍କ ସଭାପତିତ୍ବରେ ଗୋପବନ୍ଧୁ ଜୟନ୍ତୀ ପାଳିତ ହୋଇଛି। ପ୍ରଧାନଆଚାର୍ଯ୍ୟ ରବୀନ୍ଦ୍ର କୁମାର ମିଶ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ହୃଷିକେଶ ପୁରୋହିତ ଅବସରପ୍ରାପ୍ତ ବିଆରସିସି ତଥା ଅକ୍ଷରର ସମ୍ପାଦକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୋପବନ୍ଧୁଙ୍କ ଜୀବନୀ ଓ ଆଦର୍ଶ ସମ୍ଵନ୍ଧେ ମାର୍ଗଦର୍ଶନ କରିଥିଲେ। ଶିଶୁବକ୍ତ। ଭାବରେ ଗୋପବନ୍ଧୁଙ୍କ ବେଶରେ ରହି ୟଶୱନ୍ତ୍ ରମଣ ପଣ୍ଡା ଆତ୍ମ ଜୀବନୀକୁ ସୁନ୍ଦର ଭାବରେ ଉପସ୍ଥାପନ କରିଥିଲେ l ଆଂଶିକl ରାଣୀ ଗଡତ୍ୟା, ଦ୍ଵିମନ୍ ପତି, ଆରାଧୀତା ପ୍ରଧାନ ଶିଶୁବକ୍ତା ଭାବରେ ଭାଗ ନେଇଥିଲେ। ସବିତା ଗୁରୁମାଙ୍କ ସହଯୋଗରେ ନିକିତା ସେଠ, ଆଇଶା ବଗର୍ତ୍ତୀ, ସୋମା ସାହୁ, ପ୍ରତ୍ୟାଶା ପଣ୍ଡିତ ମଞ୍ଚ ପରିଚାଳନା କରିଥିଲେ। ଆଧାର ସ୍ତରରେ ମଧ୍ୟ ସ୍ଵତନ୍ତ୍ର ଭାବରେ ଗୋପବନ୍ଧୁ ଜୟନ୍ତୀ ପାଳନ ହୋଇଥିଲା l l ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ଶିକ୍ଷକ ଅଭିମନ୍ୟୁ ମିଶ୍ର ଯୋଗ ଦେଇଥିଲେ l ସଞ୍ଜୁକ୍ତା ଗୁରୁମା ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସୁନ୍ଦର ଭାବରେ ସମାହିତ ହୋଇଥିଲା। ଗୁରୁଜୀ ଗୁରୁମାଙ୍କ ଦ୍ବାରା ସେବାକାମ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ