ଜୟପୁର, ୯ ଅକ୍ଟୋବର (ହି.ସ.)- କୋରାପୁଟ ଜିଲ୍ଲା କଂଗ୍ରେସ ତରଫରୁ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ ହୋଇଛି । ଜୟପୁର ସ୍ଥିତ ଜିଲା କଂଗ୍ରେସ ଭବନରେ ପାଳିତ ହୋଇଛି । ଜିଲା ସଭାପତି ରୁପକ ତୁରୁକଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ବରିଷ୍ଠ କଂଗ୍ରେସ ନେତା ମଦନ ମୋହନ ନାୟକ, ବିନୋଦ ମହାପାତ୍ର, ସାସଂଦ ପ୍ରତିନିଧି ହାସନ ମଦାନି, ପୁବତନ ବିଧାୟକ ନିମାଇ ସରକାର, ନିହାର ବିଷୋୟୀ, ରାମ ନାୟକ ପ୍ରମୁଖ ଉପସ୍ଥିତ ରହି ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ । ପରେ ଏକ ସଭା ଅନୁଷ୍ଠିତ ହୋଇଛି । ସଭାରେ ଅତିଥି ମାନେ ଗୋପବନ୍ଧୁ ଦାସଙ୍କ ଜୀବନି ଓ ନିତି ଆଦର୍ଶ ଉପରେ ନିଜ ନିଜ ମତବ୍ୟକ୍ତ ରଖିଥିଲେ । ସେହିପରି ଉତ୍କଳ ସମ୍ମିଳନୀ କୋରାପୁଟ ଜିଲା ଶାଖା ଓ ପୁଜ୍ୟ ପୁଜା ସଂସଦ ପକ୍ଷରୁ ଆଜି ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ସମ୍ମିଳନୀ ପକ୍ଷରୁ ଜୟପୁର ଗୋପବନ୍ଧୁ ନଗରରେ ଥିବା ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସ୍ମୃତି ଚାରଣ କରାଯାଇଥିଲା ।
ସମ୍ମିିଳନୀର ମଦନ ମୋହନ ନାୟକ, ବିନୋଦ ମହାପାତ୍ର, ରାଜେନ୍ଦ୍ର ଗୌଡ, କେଦାର ନାଥ ବେହେରା, ତପନ କୁମାର ତ୍ରିପାଠୀ, ଗୈରାଗୀ ସାହୁ, ପ୍ରମୋଦ କୁମାର ରାଉଳ, ଦେବେନ୍ଦ୍ର ବାହିନିପତି, ବିରେନ ମୋହନ ପଟ୍ଟନାୟକ, ପ୍ରହଲ୍ଲାଦ ପାତ୍ର ପ୍ରମୁଖ ଉପସ୍ଥିତ ରହି ଉତ୍କଳମଣିଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି