ଭଦ୍ରକ, ୯ ଅକ୍ଟୋବର (ହି.ସ.) - ରକ୍ଷକ ହୋଇ ଯଦି ଭକ୍ଷକ ହୁଏ, ତେବେ ବାଡ କ୍ଷେତ ଖାଇଲା ଭଳି ସଂକଟକୁ ଡାକିଆଣେ। ଏ କଥାର ସତ୍ୟାସତ୍ୟ ଭଦ୍ରକ ଜିଲାର ଜଣେ ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ରଙ୍ଗିଲାପଣରୁ ଜଣାପଡିଛି। ଅଧିକାରୀ ଜଣକ ଭଦ୍ରକକୁ ଆସିବା ମଧ୍ୟରେ ନିଜର ଫିଟ୍ନେସ୍, ସୌନ୍ଦର୍ଯ୍ୟ ଓ କ୍ଷମତା ବଳରେ ବହୁ ଯୁବତୀ ଓ ବିବାହିତା ମହିଳାଙ୍କୁ ବଶୀଭୂତ କରି ନିଜର କାମ ବାସନା ଚରିତାର୍ଥ କରିବା ଭଳି ଗୁରୁତର ଅଭିଯୋଗ ମିଳିଛି। ଯାହା ଜଣାଯାଏ ବାବୁ ଜଣଙ୍କ ନିଜ ରଙ୍ଗିଲା ପଣରେ ବିଭିନ୍ନ ସାମାଜିକ ଗଣମାଧ୍ୟମକୁ ଆୟୁଧ କରି ଯୁବତୀମାନଙ୍କୁ ପ୍ରଭାବିତ କରିଥାନ୍ତି। ଏକାନ୍ତରେ ମଧ୍ୟାହ୍ନ ଓ ଅର୍ଦ୍ଧରାତ୍ରିରେ ଭିଡିଓ କଲ୍ ଓ ସୋସିଆଲ ମିଡିଆ ମାଧ୍ୟମରେ ବହୁ ପ୍ରେମାଳୁ ଚାର୍ଟିଂ ଓ କଥୋପକଥନ କରିଥାନ୍ତି। ଅନେକ ସମୟରେ ଜିମ୍ରେ ନିଜର ଖୋଲାଦେହ ପ୍ରଦର୍ଶନ କରି ବଳିଷ୍ଠ ଅଙ୍ଗ ପ୍ରତ୍ୟେଙ୍ଗକୁ ସୋସିଆଲ ମିଡିଆରେ ପ୍ରେରଣ କରିଥାନ୍ତି। କ୍ଷମତାର ଅପବ୍ୟବହାର କରି ଏଭଳି ନକରାତ୍ମକ କାର୍ଯ୍ୟ କରିବା ମଧ୍ୟରେ ସେ ନିଜ ବୈବାହିକ ଜୀବନକୁ ମଧ୍ୟ ଅଶାନ୍ତି ମଧ୍ୟରେ ଜାଳିଦେଇଛନ୍ତି। କିନ୍ତୁ ପ୍ରକାରନ୍ତରେ ଭଦ୍ରକ ଜିଲାବାସୀ ତାଙ୍କୁ ଜଣେ ସଚ୍ଚୋଟ ଓ ପ୍ରିୟ ଅଧିକାରୀ ଭାବେ ବେଶ୍ ସମ୍ମାନ ଦେଇଆସୁଛନ୍ତି। ଏଣୁ ପ୍ରଜାପତିର ଖୋଳୁପା ମଧ୍ୟରେ ଥିବା ଏଭଳି ସଅଁବାଳୁଆ ରୂପୀ ଅଧିକାରୀ ଜଣକ ଉପରକୁ ଯେ ସୁନ୍ଦର ଚକଚକ୍ ଥାଇ ଭିତରେ ମହାକାଳ ଫଳ ଭଳି ଯେଉଁ କାର୍ଯ୍ୟ କରିଚାଲିଛନ୍ତି, ତାହାର ପଦ୍ଦାର୍ଫାଶ ହେବା ଉଚିତ୍।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ