କେନ୍ଦୁଝର, ୯ ଅକ୍ଟୋବର (ହି.ସ.)- ସାରସ୍ବତ ସାହିତ୍ୟ ପ୍ରତିଷ୍ଠାନ ମିଳନୀ ସାହିତ୍ୟ ସଂସଦର କାର୍ଯ୍ୟନିର୍ବାହୀ ବୈଠକ ସଭାପତି କବି ଦେବାଶିଷ ଚକ୍ରବର୍ତ୍ତୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଡିସେମ୍ବର ୧୪ ତାରିଖ ରବିବାର ଜିଲା ସଂସ୍କୃତି ଭବନରେ ମିଳନୀର ୬୪ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି। ଏହି ଅବସରରେ ସାହିତ୍ୟର ବିଭିନ୍ନ ବିଭାଗରେ ଉତ୍କର୍ଷତା ପ୍ରତିପାଦନ କରିଥିବା ବ୍ୟକ୍ତିଙ୍କୁ ସମ୍ବଦ୍ଧିତ କରିବା ପ୍ରସ୍ତାବ ଗ୍ରହଣ କରାଯାଇଛି । ଚଳିତବର୍ଷ ବର୍ଷ କବିତା ପାଇଁ ପାଇଁ ନିଷ୍ପତ୍ତି ସେନାପତି ପ୍ରଦ୍ୟୁମ୍ନ କେଶରୀ, ପ୍ରବନ୍ଧ ପାଇଁ ଡକ୍ଟର ବେଣୁଧର ପାଢୀ, ଗଳ୍ପ ପାଇଁ ଲକ୍ଷ୍ମୀ ଚାନ୍ଦ ଓ ଶିଶୁସାହିତ୍ୟ ପାଇଁ ଡକ୍ଟର କମଳାକାନ୍ତ ଜେନା ମନୋନୀତ ହୋଇଥିବା ବେଳେ ଅନୁଷ୍ଠାମ ଅନୁଷ୍ଠାନର ବର୍ଷୀୟାନ ବାଣୀ ସାଧକ ଭାବେ ଶିଶୁସାହିତ୍ୟିକ ତଥା ବ୍ୟଙ୍ଗକାର ଘନଶ୍ୟାମ ବୋଇତାଇ ସମ୍ବଦ୍ଧିତ ହେବେ ବୋଲି ଅନୁଷ୍ଠାନର ସମ୍ପାଦକ ଡକ୍ଟର ଚିତ୍ତରଞ୍ଜନ ମିଶ୍ର ଜଣାଇଛନ୍ତି।
ଏହି ବୈଠକରେ ଅନୁଷ୍ଠାନର ଉପସଭାପତି ପ୍ରାଧ୍ୟାପକ ସୁଧା ଦାଶ, ଯୁଗ୍ମ ସମ୍ପାଦକ କବି ହରିହର ମହାନ୍ତ ଓ କାର୍ଯ୍ୟନିର୍ବାହୀ ସଦସ୍ୟ ମମତାରାଣୀ ଦାସ, ଚିନ୍ତାମଣି ମହାଳିକ, ଭରତ ଚନ୍ଦ୍ର ପାତ୍ର ଓ ଜିତେନ୍ଦ୍ର ପରିଡ଼ା ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA