ଜମି ବିବାଦ : ଦାଦାକୁ ହତ୍ୟାକଲା ପୁତୁରା
କେନ୍ଦୁଝର, ୯ ଅକ୍ଟୋବର (ହି.ସ.)- କେନ୍ଦୁଝର ସଦର ଥାନା ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ପୁଟୁଳିଆ ଗାଁରେ ଜମି ବିବାଦକୁ କେନ୍ଦ୍ରକରି ଦାଦାଙ୍କୁ ଗାଇନ୍ତାରେ ହାଣି ହତ୍ୟା କରିଛି ପୁତୁରା। ମୃତକ ଦାଦା ହେଲେ ପୁଟୁଳିଆ ଗୋପାଳ ସାହିର ଚନ୍ଦ୍ରଶେଖର ଦାସ(୪୩) । ପୁତୁରା କିଷାନ ଦାସ(୧୯) ଆହତ ହୋଇଥିବା ସଦର ପୁ
ଜମି ବିବାଦ : ଦାଦାକୁ ହତ୍ୟାକଲା ପୁତୁରା


କେନ୍ଦୁଝର, ୯ ଅକ୍ଟୋବର (ହି.ସ.)- କେନ୍ଦୁଝର ସଦର ଥାନା ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ପୁଟୁଳିଆ ଗାଁରେ ଜମି ବିବାଦକୁ କେନ୍ଦ୍ରକରି ଦାଦାଙ୍କୁ ଗାଇନ୍ତାରେ ହାଣି ହତ୍ୟା କରିଛି ପୁତୁରା। ମୃତକ ଦାଦା ହେଲେ ପୁଟୁଳିଆ ଗୋପାଳ ସାହିର ଚନ୍ଦ୍ରଶେଖର ଦାସ(୪୩) । ପୁତୁରା କିଷାନ ଦାସ(୧୯) ଆହତ ହୋଇଥିବା ସଦର ପୁଲିସ ପକ୍ଷରୁ ଜଣାପଡିଛି।

ସୂଚନାଯୋଗ୍ୟ, ବଡଭାଇ କିରଣ କୁମାର ଦାସ ଓ ମୃତ ଚନ୍ଦ୍ରଶେଖର ଦାସଙ୍କ ମଧ୍ୟରେ ଜମି ବିବାଦ ଲାଗି ରହିଥିଲା। ବୁଧବାର ସନ୍ଧ୍ୟାରେ ଉଭୟଙ୍କ ମଧ୍ୟରେ ବସଚା ହୋଇଥିଲା । ବିଳମ୍ବିତ ରାତ୍ରିରେ ଉତ୍ୟକ୍ତ ହୋଇ ପୁତୁରା ସତ୍ୟଜିତ୍ ଦାସ(୧୯) ଓରଫ କିଷାନ ଦାଦା ଚନ୍ଦ୍ରଶେଖରଙ୍କୁ ଏକ ଗାଇନ୍ତାରେ ଆକ୍ରମଣ କରିଥିଲା। ଫଳରେ ପ୍ରବଳ ରକ୍ତସ୍ରାବ ହେବାରୁ ସେ ଗୁରୁତର ହୋଇଥିଲେ। ତୁରନ୍ତ ତାଙ୍କୁ କେନ୍ଦୁଝର ଧରଣୀଧର ମେଡିକାଲ କଲେଜକୁ ନିଆଯାଇଥିଲେ ହେଁ ଚନ୍ଦ୍ରଶେଖ ଶେଖରଙ୍କ ମୃତ୍ୟୁ ହୋଇଥିଲା। । ସତ୍ୟଜିତ ମଧ୍ୟ ଆହତ ହୋଇଥିବା ଜଣାପଡିଛି। ସଦର ପୁଲିସ ଘଟଣାର ତଦନ୍ତ କରୁଛି ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande