ମୃତ କନଷ୍ଟେବଳଙ୍କ ପରିବାରକୁ ୧ କୋଟି ଟଙ୍କାର ବୀମା ରାଶି ପ୍ରଦାନ
ଭୁବନେଶ୍ୱର, ୦୯ ଅକ୍ଟୋବର (ହି.ସ)- ଦୁର୍ଘଟଣାରେ ଶିକାର ହୋଇ ମୃତ୍ୟବରଣ କରିଥିବା କନଷ୍ଟେବଳ ଲବଣି ଗାଂଟାଙ୍କ ପରିବାରବର୍ଗଙ୍କୁ ଗୁରୁବାର ରାଜ୍ୟ ପୋଲିସ ମୁଖ୍ୟାଳୟ ଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଭେଟି ସମବେଦନା ଜଣାଇବା ସହ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଦିଆ ଯାଇଥି
ମୃତ କନଷ୍ଟେବଳଙ୍କ ପରିବାରକୁ ୧ କୋଟି ଟଙ୍କାର ବୀମା ରାଶି ପ୍ରଦାନ


ଭୁବନେଶ୍ୱର, ୦୯ ଅକ୍ଟୋବର (ହି.ସ)- ଦୁର୍ଘଟଣାରେ ଶିକାର ହୋଇ ମୃତ୍ୟବରଣ କରିଥିବା କନଷ୍ଟେବଳ ଲବଣି ଗାଂଟାଙ୍କ ପରିବାରବର୍ଗଙ୍କୁ ଗୁରୁବାର ରାଜ୍ୟ ପୋଲିସ ମୁଖ୍ୟାଳୟ ଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଭେଟି ସମବେଦନା ଜଣାଇବା ସହ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଦିଆ ଯାଇଥିବା ୧ କୋଟି ଟଙ୍କାର ଦୁର୍ଘଟଣା ଜନିତ ମୃତ୍ୟୁ ବୀମା ରାଶିର ଚେକ ପ୍ରଦାନ କରିଛନ୍ତି। ଏହି ଅବସରରେ ସ୍ୱଳ୍ପ ସମୟ ମଧ୍ୟରେ ବୀମା ରାଶି ପ୍ରଦାନ କରିବାରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ସମସ୍ତ ଅଧିକାରୀଙ୍କୁ ଡିଜିପି ସାଧୁବାଦ ଜଣାଇଥିଲେ।

ସୂଚନାଯୋଗ୍ୟ ଯେ, ମୃତ ଲବଣି ରାୟଗଡା ଜିଲ୍ଲା ରିଜର୍ଭ କାର୍ଯ୍ୟାଳୟ ଠାରେ କନଷ୍ଟେବଳ ଭାବେ ଚାକିରୀ କରୁଥିଲେ। ଗତ ଜୁଲାଇ ୫ ତାରିଖରେ ଥେରୁବାଲି ନିକଟରେ ନିଜ କର୍ତବ୍ୟ ସମ୍ପାଦନ କରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ବରଣ କରିଥିଲେ। ଆଜି ତାଙ୍କ ପିତା ବୃନ୍ଦାବନ ଗାଂଟା ଡିଜିପିଙ୍କ ଠାରୁ ଚେକ ଗ୍ରହଣ କରିଥିଲେ।

ଏହି ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ( ମୁଖ୍ୟାଳୟ) ପ୍ରତୀକ ମହାନ୍ତି, ଏସବିଆଇ, ( ଚିଫ ଜେନେରାଲ ମ୍ୟାନେଜର), ଏ. ଡି. ରତ୍ନାତେଜା, ଏସବିଆଇ,( ଜେନେରାଲ ମ୍ୟାନେଜର) କୌଶଲ କିଶୋର ସିଂ, ଏସବିଆଇ,( ଡେପୁଟି ଜେନେରାଲ ମ୍ୟାନେଜର) ଆଶିଷ କୁମାର ମିଶ୍ର, ଏସବିଆଇ,( ରିଜିଅନାଲ ମ୍ୟାନେଜର), ଉତ୍ତର କୁମାର ପଟେଲ, ଏସବିଆଇ,( ଏଜିଏମ) ନଗେନ୍ଦ୍ର ସାହୁ, ଏସବିଆଇ, (ଏଜିଏମ) ମନୋଜ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ପୂର୍ବରୁ ଓଡିଶା ପୋଲିସ ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କ ମଧ୍ୟରେ ଏକ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଥିଲା। ଚୁକ୍ତିପତ୍ର ଅନୁଯାୟୀ, ଏସବିଆଇ ପକ୍ଷରୁ ଦୁର୍ଘଟଣାର ଜନିତ ମୃତ୍ୟୁ ହୋଇଥିବାରୁ ୧ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande