ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା : ସୁନ୍ଦରଗଡ଼ ଜିଲ୍ଲାର ବରଗାଁରେ ସର୍ବାଧିକ ୬୪.୨ ମି.ମି. ବର୍ଷା ରେକର୍ଡ଼
ଭୁବନେଶ୍ୱର, ୯ ଅକ୍ଟୋବର (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ସୁନ୍ଦରଗଡ଼ ଜିଲ୍ଲାର ବରଗାଁରେ ସର୍ବାଧିକ ୬୪.୨ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ରାୟଗଡ଼ା ଜିଲ୍ଲାର ଚନ୍ଦ୍ରପୁରରେ ୬୦.୦ ମି.ମି., ବିଶମକଟକରେ ୫୪.୨ ମି.ମି., ଗଜପତି
ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା : ସୁନ୍ଦରଗଡ଼ ଜିଲ୍ଲାର ବରଗାଁରେ ସର୍ବାଧିକ ୬୪.୨ ମି.ମି. ବର୍ଷା ରେକର୍ଡ଼


ଭୁବନେଶ୍ୱର, ୯ ଅକ୍ଟୋବର (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ସୁନ୍ଦରଗଡ଼ ଜିଲ୍ଲାର ବରଗାଁରେ ସର୍ବାଧିକ ୬୪.୨ ମି.ମି. ବର୍ଷା ରେକର୍ଡ଼ ହୋଇଛି ।

ସେହିପରି ରାୟଗଡ଼ା ଜିଲ୍ଲାର ଚନ୍ଦ୍ରପୁରରେ ୬୦.୦ ମି.ମି., ବିଶମକଟକରେ ୫୪.୨ ମି.ମି., ଗଜପତି ଜିଲ୍ଲାର ଆର.ଉଦୟଗିରି ୪୫.୨ ମି.ମି., କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ାରେ ୪୫.୦ ମି.ମି., ମାଲକାନଗିରି ଜିଲ୍ଲାର କୋରୁକୁଣ୍ଡାରେ ୪୫.୦ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ଟାଙ୍ଗରପାଲିରେ ୪୨.୨ ମି.ମି., ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱରରେ ୪୦.୯ ମି.ମି., ଜଗତସିଂହପୁର ଜିଲ୍ଲାର ରଘୁନାଥପୁରରେ ୩୭.୦ ମି.ମି., କେନ୍ଦୁଝର ଜିଲ୍ଲାର ତେଲକୋଇରେ ୩୬.୦ ମି.ମି., କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇରେ ୩୪.୦ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ଲେଫ୍ରିପଡ଼ାରେ ୩୩.୦ ମି.ମି. ଏବଂ ପୁରୀ ଜିଲ୍ଲାର ଅସ୍ତରଙ୍ଗରେ ୩୩.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗୁରୁବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande