ଭୁବନେଶ୍ୱର, ୦୯ ଅକ୍ଟୋବର (ହି.ସ)- ଓଡ଼ିଶା ପୁଲିସ୍ ରିକ୍ରୁଟମେଂଟ ବୋର୍ଡ (ଓପିଆରବି) ଦ୍ୱାରା ପରିଚାଳିତ ପୋଲିସ ଏସ୍ ଆଇ ନିଯୁକ୍ତି କେଳେଙ୍କାରୀ ମାମଲାରେ କ୍ରାଇମ୍ ବ୍ରାଂଚ ଘରୋଇ କୋଚିଂ ସେଂଟର ‘ବଣିକ’ ଉପରେ ଚଢ଼ଉ କରିଛି। ଭୁବନେଶ୍ୱର ସିଆରପି ଛକ ଠାରେ ଥିବା ବଣିକର କୋଚିଂ ସେଂଟର ଉପରେ ଚଢଢାଉ କରି କ୍ରାଇମ ବ୍ରାଂଚ ଯାଂଚ କରିଛି। ଇନଷ୍ଟିଚ୍ୟୁଟରେ ଏସ୍ଆଇ ଆଶାୟୀ ପାର୍ଥୀଙ୍କୁ ତାଲିମ ଅଭିଯୋଗରେ ଏହି ଚଢ଼ଉ ହୋଇଛି।
ପୁଲିସ ଏସ୍ଆଇ ପରୀକ୍ଷା ଦୁର୍ନୀତି ମାମଲାରେ ଗିରଫ ୧୧୪ ଜଣ ପରୀକ୍ଷାର୍ଥୀଙ୍କ ଭିତରୁ ଜେରା ବେଳେ ୧୧ ଜଣ ସିଧାସଳଖ ‘ବଣିକ’ର ନାଁ ନେଇଥିବା କୁହାଯାଉଛି। ସେମାନେ ‘ବଣିକ’ର ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ଶାଖାରେ କୋଚିଂ ନେଉଥିଲେ। ଉଲ୍ଲେଖନୀୟ ଯେ ବିଜେଡି ନେତା ସୁବ୍ରତ ଛାଟୋଇ ହେଉଛନ୍ତି ବଣିକ ଇନଷ୍ଟିଚ୍ୟୁଟ୍ ର ମୁଖ୍ୟ।
ସୂଚନାଯୋଗ୍ୟ, ପୁଲିସ ଏସ୍ଆଇ ପରୀକ୍ଷା ଦୁର୍ନୀତି ମାମଲାରେ ୧୧୯ ଜଣ ଗିରଫ ହୋଇଛନ୍ତି। ଏବେବି ଏହାର ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି ଓ ମୁନ୍ନା ମହାନ୍ତି ଫେରାର ଅଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା