ଗୋପବନ୍ଧୁ ଜୟନ୍ତୀ ଓ ସେବା ଦିବସ ପାଳନ
କେନ୍ଦୁଝର, ୯ ଅକ୍ଟୋବର (ହି.ସ.)- ଗୁରୁବାର ଦିନ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ଜନ୍ମ ଜୟନ୍ତୀ ଉପଲକ୍ଷେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ସ୍ୱର୍ଣ୍ଣକ୍ଷେତ୍ର ଗଦଗଦି ଠାରେ ସେବାଦିବସ ପାଳିତ ହୋଇଅଛି। ପ୍ରଧାନ ଆଚାର୍ଯ୍ୟ ପୁରୁଜିତ୍ ମୁନିଙ୍କର ତତ୍ତ୍ଵାବଧାନରେ ଏହା ପାଳିତ ହୋଇଥିଲା। ବିଦ୍ୟାଳୟର
ଗୋପବନ୍ଧୁ ଜୟନ୍ତୀ ଓ ସେବା ଦିବସ ପାଳନ


କେନ୍ଦୁଝର, ୯ ଅକ୍ଟୋବର (ହି.ସ.)- ଗୁରୁବାର ଦିନ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ଜନ୍ମ ଜୟନ୍ତୀ ଉପଲକ୍ଷେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ସ୍ୱର୍ଣ୍ଣକ୍ଷେତ୍ର ଗଦଗଦି ଠାରେ ସେବାଦିବସ ପାଳିତ ହୋଇଅଛି। ପ୍ରଧାନ ଆଚାର୍ଯ୍ୟ ପୁରୁଜିତ୍ ମୁନିଙ୍କର ତତ୍ତ୍ଵାବଧାନରେ ଏହା ପାଳିତ ହୋଇଥିଲା। ବିଦ୍ୟାଳୟର ଆଚାର୍ଯ୍ୟ ପ୍ରତାପ ଚନ୍ଦ୍ର ମହାନ୍ତ ଓ ସନାତନ ମହାନ୍ତ ମାତା ସରସ୍ଵତୀଙ୍କର ନିକଟରେ ଦୀପ ପ୍ରଜ୍ଜ୍ଵଳନ କରିଥିଲେ। ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ଭଉଣୀ ଶୁଭଶ୍ରୀ ମହାନ୍ତ ଗୋପବନ୍ଧୁ ଦାସଙ୍କ ବିଷୟରେ ବକ୍ତବ୍ୟ ରଖିଥିଲେ। ଆଚାର୍ଯ୍ୟ ସନାତନ ମହାନ୍ତ ଶିଶୁ ଭାଇଭଉଣୀଙ୍କୁ ସେବା ଦିବସ ଓ ଗୋପବନ୍ଧୁ ଜୟନ୍ତୀ ର ମହତ୍ତ୍ଵ ସମ୍ବନ୍ଧରେ ଅବଗତ କରାଇଥିଲେ। ପରିଶେଷରେ ଶିଶୁ ଭାଇଭଉଣୀ ମାନେ ସଂସ୍କାରକେନ୍ଦ୍ର ଓ ବିଭିନ୍ନ ଗ୍ରାମାଞ୍ଚଳକୁ ପରିଭ୍ରମଣରେ ଯାଇ ସେଠାରେ ସେବା କାର୍ଯ୍ୟ ମଧ୍ୟ କରିଥିଲେ I

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande