କଦମପଡା ଶିଶୁମନ୍ଦିରରେ ଉତ୍କଳମଣି ଗୋପବନ୍ଧୁ ଦାସ ଜୟନ୍ତୀ ଓ ସେବା ଦିବସ ପାଳନ
ବଲାଙ୍ଗିର, ୯ ଅକ୍ଟୋବର (ହି.ସ.)- ଆଜି ବଲାଙ୍ଗୀର କଦମପଡାସ୍ଥିତ ସରସ୍ବତୀ ଶିଶୁ ମନ୍ଦିରରେ “ ଗୋପବନ୍ଧୁ ଦାସ ଜୟନ୍ତୀ” ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ରସାୟନ ପ୍ରଧ୍ୟାପକ ପ୍ରେମଚାନ୍ଦ ମହାନ୍ତି ଯୋଗ ଦେଇଥିଲେ । ଛାତ୍ରଛାତ୍ରୀଙ୍କ ଦ୍ବାରା ସମବେତ ସଙ୍ଗୀତ ଗାନ ‌କରାଯାଇଥିଲ
କଦମପଡା ଶିଶୁମନ୍ଦିରରେ ଉତ୍କଳମଣି ଗୋପବନ୍ଧୁ ଦାସ ଜୟନ୍ତୀ ଓ ସେବା ଦିବସ ପାଳନ


କଦମପଡା ଶିଶୁମନ୍ଦିରରେ ଉତ୍କଳମଣି ଗୋପବନ୍ଧୁ ଦାସ ଜୟନ୍ତୀ ଓ ସେବା ଦିବସ ପାଳନ


କଦମପଡା ଶିଶୁମନ୍ଦିରରେ ଉତ୍କଳମଣି ଗୋପବନ୍ଧୁ ଦାସ ଜୟନ୍ତୀ ଓ ସେବା ଦିବସ ପାଳନ


କଦମପଡା ଶିଶୁମନ୍ଦିରରେ ଉତ୍କଳମଣି ଗୋପବନ୍ଧୁ ଦାସ ଜୟନ୍ତୀ ଓ ସେବା ଦିବସ ପାଳନ


କଦମପଡା ଶିଶୁମନ୍ଦିରରେ ଉତ୍କଳମଣି ଗୋପବନ୍ଧୁ ଦାସ ଜୟନ୍ତୀ ଓ ସେବା ଦିବସ ପାଳନ


ବଲାଙ୍ଗିର, ୯ ଅକ୍ଟୋବର (ହି.ସ.)- ଆଜି ବଲାଙ୍ଗୀର କଦମପଡାସ୍ଥିତ ସରସ୍ବତୀ ଶିଶୁ ମନ୍ଦିରରେ “ ଗୋପବନ୍ଧୁ ଦାସ ଜୟନ୍ତୀ” ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ରସାୟନ ପ୍ରଧ୍ୟାପକ ପ୍ରେମଚାନ୍ଦ ମହାନ୍ତି ଯୋଗ ଦେଇଥିଲେ । ଛାତ୍ରଛାତ୍ରୀଙ୍କ ଦ୍ବାରା ସମବେତ ସଙ୍ଗୀତ ଗାନ ‌କରାଯାଇଥିଲା । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ସନାତନ ମିଶ୍ର ଅତିଥି ପରିଚୟ କରିଥିଲେ । ସଂଯୋଜନା ଛାତ୍ରୀ ପ୍ରଗତି ଦାଶ,ସ୍ମରଣୀକା ଦାଶ୍ କରିଥିଲେ । ଶିଶୁବକ୍ତା ରୂପେ ହର୍ଷିତା ସିଂ, ସମ୍ଭ୍ରାନ୍ତ ମିଶ୍ର, ଜିମି ସାହୁ,ଅବିନାଶ ପଣ୍ଡା ,ଇଚ୍ଛାମୟ ମିଶ୍ର,ବିଶାଖା ମେହେର, ନିଜ ନିଜ ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ଗୁରୁଜୀ ବକ୍ତା ରୂପେ ପ୍ରତାପ କିଶୋର ନନ୍ଦ ”ସେବାଭାବ” ଓ ସୁଶୀଳ ହୋତା “ସେବା ଦିବସ” ଓ ଗୁରୁମା ବକ୍ତା ରୂପେ ମାନିନୀ ଦୀପ୍ “ଗୋପବନ୍ଧୁଙ୍କ ଜୀବନି”ର ବର୍ଣ୍ଣନା କରିଥିଲେ । ମୁଖ୍ୟ ଅତିଥି ନିଜର ଭାଷଣରେ ଗାନ୍ଧୀଜୀଙ୍କ ଦୃଷ୍ଟିରେ ଗୋପବନ୍ଧୁ ଦାସ ବିଷୟ ଉପସ୍ଥାପନ କରିଥିଲେ । ବିଦ୍ୟାଳୟର ସଭାପତି ଡ.ଭବାନୀ ଶଙ୍କର ପଟେଲ ନିଜର ଆର୍ଶ୍ରିବଚନ ପ୍ରଦାନ କରିଥିବା ବେଳେ ଧନ୍ୟବାଦ ଅର୍ପଣ ବିଦ୍ୟାଳୟର ସଂପାଦକ ତରଣୀସେନ୍ ପଟେଲ ସମସ୍ତଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ । ଏହିପରି ଭାବରେ ଗୁରୁମା ମଞ୍ଜୁଶ୍ରୀ ପୃଷେଠ ଓ ରିକୁନ୍ ଦାଶ ସଂଚାଳନରେ ସଫଳତା ସହ ସମ୍ପର୍ଣ୍ଣ‌ ହୋଇଥିଲା ।

ଶେଷରେ ସେବାଦିବସ ଉପଲକ୍ଷେ ବିଦ୍ୟାଳୟର ଗୁରୁଜୀ ଗୁରୁମାଙ୍କ ଦ୍ବାରା ବିଦ୍ୟାଳୟ ପରିସର ତଥା ବିଷ୍ଣୁମୁଣ୍ଡା ଗ୍ରାମର ଜଗନ୍ନାଥ ମନ୍ଦିରର ପରିସର ସଫେଇ କାର୍ଯ୍ୟ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande