ଜୀବନ ଯୁଦ୍ଧରେ ବଂଚିବା ପାଇଁ ସଂଘର୍ଷ କରୁଛନ୍ତି ସଙ୍ଗୀତା ବାଗଙ୍କ ତିନି ପୁଅଝିଅ ସରକାରୀ ସହଯୋଗ ପାଇଁ ପ୍ରଶାସନକୁ ଗୁହାରି କରି ନିରାଶ ଭିନ୍ନକ୍ଷମଙ୍କ ବାପା ମା ବଲାଙ୍ଗୀର ଜିଲ୍ଲା ପ୍ରଶାସନ ନିଦାବିଷ୍ଣୁ
ବଲାଙ୍ଗୀର, ୦୯ ଅକ୍ଟୋବର(ହି.ସ.) – ମଣିଷକୁ ଯେତେବେଳେ ଦୁଃଖ ଆସେ, ତା’ର ଭାଇ ବନ୍ଧୁ ସହିତ ଆସେ। ପରିସ୍ଥିତି ଆଗରେ ମଣିଷ ଏତେ ନିରୂପାୟ ଏବଂ ଅସହାୟ ଯେ ସେ ଚାହିଁଲେ ବି କିଛି କରିପାରେ ନାହିଁ। ଏପରି କିଛି ବିଷମ ପରିସ୍ଥିତିର ସାମ୍‌ନା କରି ପ୍ରତିଦିନ ଜୀବନ ଯୁଦ୍ଧରେ ଦୁଃଖ ଓ ଯନ୍ତ୍ରଣା ସହ ଜୁଝୁଛନ୍ତି
ଜୀବନ ଯୁଦ୍ଧରେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ସଙ୍ଗୀତା ବାଗ ଙ୍କ ତିନି ପୁଅଝିଅ, ସରକାରୀ ସହଯୋଗ ପାଇଁ ପ୍ରଶାସନ ଙ୍କୁ ଗୁହାରି କରି ନିରାଶ ଭିନ୍ନକ୍ଷମଙ୍କ  ବାପା ମା


ବଲାଙ୍ଗୀର, ୦୯ ଅକ୍ଟୋବର(ହି.ସ.) – ମଣିଷକୁ ଯେତେବେଳେ ଦୁଃଖ ଆସେ, ତା’ର ଭାଇ ବନ୍ଧୁ ସହିତ ଆସେ। ପରିସ୍ଥିତି ଆଗରେ ମଣିଷ ଏତେ ନିରୂପାୟ ଏବଂ ଅସହାୟ ଯେ ସେ ଚାହିଁଲେ ବି କିଛି କରିପାରେ ନାହିଁ। ଏପରି କିଛି ବିଷମ ପରିସ୍ଥିତିର ସାମ୍‌ନା କରି ପ୍ରତିଦିନ ଜୀବନ ଯୁଦ୍ଧରେ ଦୁଃଖ ଓ ଯନ୍ତ୍ରଣା ସହ ଜୁଝୁଛନ୍ତି ଟିମନ ବାଗ ସଙ୍ଗୀତା ବାଗଙ୍କ ପରିବାର। ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ଘାଗୁର୍ଲି ଗାଁର ବାସିନ୍ଦା ଟିମନ କିଛି ଛୋଟ ମୋଟ ବ୍ୟବସାୟ କରି ନିଜ ପରିବାର ପୋଷଣ କରନ୍ତି। ଏହି ଦମ୍ପତିଙ୍କ ୪ ପୁଅଝିଅ ମଧ୍ୟରୁ ଗୋଟିଏ ଝିଅ ଯଶୋବନ୍ତ(୧୮), ମୁକେଶ(୧୭) ଓ ଦୀପକ(୧୫) ହେଉଛନ୍ତି ଜନ୍ମରୁ ଭିନ୍ନକ୍ଷମ। ନିଜ ଜନ୍ମକଲା ପୁଅ ଝିଅଙ୍କୁ ଅତି କଷ୍ଟରେ ଅନେକ ଝଡ଼ଝଞ୍ଜା ଅତିକ୍ରମ କରି ଲାଳନ ପାଳନ କରୁଛନ୍ତି ସ୍ୱାମୀ ସ୍ତ୍ରୀ। ଝିଅ ଯଶୋବନ୍ତ କଲେଜ ମଧ୍ୟ ପାଦ ମାଡ଼ିଥିଲା କିନ୍ତୁ ଶାରୀରିକ ଅକ୍ଷମତା ଯୋଗୁଁ ପାଠ ପଢ଼ିପାରି ନଥିଲା। ନିଜ ତିନି ପୁଅ ଝିଅର ଚିକିତ୍ସା ପାଇଁ ବିଚରା ଟିମନ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିସାରିଲେଣି କିନ୍ତୁ ତାଙ୍କୁ ମିଳିଛି କେବଳ ଦୁଃଖ ଓ ନୈରାଶ୍ୟ। ସବୁଠାରୁ ଚିନ୍ତାର ବିଷୟ ମୁକେଶ ଓ ଦୀପକ ମଧୁମେହ ରୋଗରେ ପୀଡ଼ିତ ଓ ପ୍ରତିମାସରେ ଇନ୍‌ସୁଲିନ ବାବଦକୁ ହାରହାରି ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି ବାପା ଟିମନ। ସରକାରୀ ସାହାଯ୍ୟ କହିଲେ ୩୫ଶହ ଟଙ୍କ ଭତା ଓ ଅନ୍ତୋଦୟ କାର୍ଡ଼। ଏହାବ୍ୟତୀତ ଅନ୍ୟ କୌଣସି ସରକାରୀ ସାହାଯ୍ୟ ସହଯୋଗ ପାଇ ନାହାଁନ୍ତି ଟିମନ। ବିଡିଓଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସବୁଠାରେ ନିଜର ଦୁଃଖର କାହାଣୀ କହି ସାରିଲା ପରେ ବି ଟିମନ ଏବେ ନିରାଶ ହୋଇ ଭାଗ୍ୟକୁ ଆଦରି ରହିଛନ୍ତି। ଏପରି ପରିସ୍ଥିତିରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଟିମନ ଓ ସଙ୍ଗୀତାଙ୍କ ତିନି ପୁଅଝିଅର ଚିକିତ୍ସା ଖର୍ଚ୍ଚ ବହନ କଲେ ଏମାନେ ପୁଣିଥରେ ନିଜର ଭବିଷ୍ୟତ ଗଢ଼ି ପାରନ୍ତେ ବୋଲି ବଲାଙ୍ଗୀର ଜିଲ୍ଲାରେ ମତପ୍ରକାଶ ପାଇଛି।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande