ଶିକ୍ଷକଙ୍କ ପୁନଃନିଯୁକ୍ତି ଦାବିରେ ବିଦ୍ୟାଳୟ ଫାଟକରେ ତାଲା : ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ
କେନ୍ଦୁଝର, ୯ ଅକ୍ଟୋବର (ହି.ସ.)- କେନ୍ଦୁଝର ଜିଲା ବାଂଶପାଳ ଅନ୍ତର୍ଗତ ଅଞ୍ଜର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଭିଭାବକ ଶିକ୍ଷକଙ୍କ ପୁନଃ ନିଯୁକ୍ତି ଦାବିରେ ଫାଟକରେ ତାଲା ପକାଇବା ସହ ସମ୍ମୁଖରେ ଧାରଣା ଦେଇଥିଲେ। ଗତ ଅଗଷ୍ଟ ୯ ତାରିଖ ଦିନ ଅଞ୍ଜର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଝ
ଶିକ୍ଷକଙ୍କ ପୁନଃନିଯୁକ୍ତି ଦାବିରେ ବିଦ୍ୟାଳୟ ଫାଟକରେ ତାଲା : ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ


କେନ୍ଦୁଝର, ୯ ଅକ୍ଟୋବର (ହି.ସ.)- କେନ୍ଦୁଝର ଜିଲା ବାଂଶପାଳ ଅନ୍ତର୍ଗତ ଅଞ୍ଜର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଭିଭାବକ ଶିକ୍ଷକଙ୍କ ପୁନଃ ନିଯୁକ୍ତି ଦାବିରେ ଫାଟକରେ ତାଲା ପକାଇବା ସହ ସମ୍ମୁଖରେ ଧାରଣା ଦେଇଥିଲେ। ଗତ ଅଗଷ୍ଟ ୯ ତାରିଖ ଦିନ ଅଞ୍ଜର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଝରକାରେ ଦ୍ଵିତୀୟ ଶ୍ରେଣୀର ଛାତ୍ରୀ ଜ୍ୟୋତ୍ସ୍ନା ଦେହୁରୀ ରାତିସାରା ଝରକାରେ ଅଟକି ରହିଥ‌ିବା ଘଟଣାରେ କର୍ତ୍ତୃପକ୍ଷ ପ୍ରଧାନଶିକ୍ଷକ ଗୌରହରି ମହାନ୍ତଙ୍କୁ ନିଲମ୍ବନ କରାଯାଇଥିଲା। ଏବେ ନୂତନ ଭାବରେ ଆଉ ଜଣେ ଶିକ୍ଷୟତ୍ରୀଙ୍କୁ ନିଯୁକ୍ତି ଦିଆଯାଇଥ‌ିବାରୁ ତାକୁ ବିରୋଧ କରି ଓ ପୂର୍ବତନ ଶିକ୍ଷକ ଗୌରହରି ମହାନ୍ତଙ୍କୁ ପୁନର୍ବାର ବିଦ୍ୟାଳୟକୁ ଫେରାଇ ଆଣିବା ଦାବିରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ବିଦ୍ୟାଳୟ ଫାଟକ ବନ୍ଦ କରିବା ସହ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ସେମାନଙ୍କ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି କହିଛନ୍ତି ଛାତ୍ରଛାତ୍ରୀ ।

ଏ ସମ୍ପର୍କରେ ବାଂଶପାଳ ବ୍ଳକ ଶିକ୍ଷା ଅଧିକାରୀ ଦାଶରଥୀ ଶୁଣ୍ଢିଙ୍କୁ ପଚାରିବାରୁ ସେ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ବୁଝାସୁଝା କରି ମାସେ ସମୟ ନେଇଥ‌ିବା କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande