ମାଲକାନଗିରି, ୯ ଅକ୍ଟୋବର (ହି.ସ.)- ପୁଣି ସାମ୍ନାକୁ ଆସିଲା ଖଇରପୁଟ ବ୍ଲକ ପ୍ରଶାସନର ଅବହେଳାର ଚିତ୍ର। ଆମ୍ବୁଲାନ୍ସକୁ ଅପେକ୍ଷା କରିଛନ୍ତି ପରିବାର ସଦସ୍ୟ ଏବଂ ରୋଗୀ, ଗାଁକୁ ଭଲ ରାସ୍ତା ନାହିଁ ରୋଗୀଙ୍କ ପାଖରେ ଆମ୍ବୁଲାନ୍ସ ପହଞ୍ଚିବ କେମିତି। ତେଣୁ ୫ କି.ମି. ଖଟିଆରେ ବୋହି ପକ୍କା ରାସ୍ତା ପର୍ଯ୍ୟନ୍ତ ରୋଗୀଙ୍କୁ ଆଣିଲେ ପରିବାରବର୍ଗ।
ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ସମାକୁଣ୍ଡ ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ। ସମାକୁଣ୍ଡ ଗାଁର ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବାକୁ ଚାହିଁଲେ ଗାଁ ଲୋକେ, ହେଲେ ବାଧକ ସାଜିଥିଲା ମରଣଯନ୍ତା ରାସ୍ତା। ଆମ୍ବୁଲାନ୍ସ ଗାଁ ନିକଟକୁ ଆସିପାରିନଥିଲା ତେଣୁ ୫ କି.ମି. ରାସ୍ତା ସମାକୁଣ୍ଡ ଗାଁରୁ ସର୍ଗିଗୁଡା ଗାଁ ରାସ୍ତା ପର୍ଯ୍ୟନ୍ତ ରୋଗୀଙ୍କୁ ଖଟିଆରେ ବୋହି ବୋହି ଆଣିଥିଲେ ପରିବାର ଲୋକ। ପ୍ରଥମେ ଏହି ରାସ୍ତା ଖଇରପୁଟ ବ୍ଲକ ପ୍ରଶାସନ ଅଧୀନରେ ଥିଲା ହେଲେ ବର୍ଷ ବର୍ଷ ବିତିଯିବା ପରେ ମଧ୍ୟ ଖଇରପୁଟ ବ୍ଲକ ପ୍ରଶାସନ ରାସ୍ତାକୁ ସଜାଡି ପାରିନଥିଲେ।ଗ୍ରାମ୍ୟ ଉନ୍ନୟନ ବିଭାଗ ବର୍ତମାନ ସେହି ରାସ୍ତା କାମକୁ ନେଇ ଟେଣ୍ଡର ଆହ୍ୱାନ କରିଛି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ