ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ବିବାଦୀୟ ବିଦ୍ୟୁତ୍ ବିଲର ସମାଧାନ ପାଇଁ ବଲାଙ୍ଗିର ଏବଂ ସୋନପୁର ଜିଲ୍ଲାରେ ବିଶେଷ ଅଭିଯୋଗ ପ୍ରତିବିଧାନ ପୀଠର ଆୟୋଜନ
ବଲାଙ୍ଗିର, ୯ ଅକ୍ଟୋବର (ହି.ସ.)- ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ବିଦ୍ୟୁତ୍ ଉପଭୋକ୍ତାଙ୍କ ବିବାଦୀୟ ବିଦ୍ୟୁତ୍ ବିଲର ସଂଶୋଧନ ଲାଗି ବଲାଙ୍ଗିର ଏବଂ ସୋନପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଳିତ ଅକ୍ଟ
ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ବିବାଦୀୟ ବିଦ୍ୟୁତ୍ ବିଲର ସମାଧାନ ପାଇଁ ବଲାଙ୍ଗିର ଏବଂ ସୋନପୁର ଜିଲ୍ଲାରେ ବିଶେଷ ଅଭିଯୋଗ ପ୍ରତିବିଧାନ ପୀଠର ଆୟୋଜନ


ବଲାଙ୍ଗିର, ୯ ଅକ୍ଟୋବର (ହି.ସ.)- ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ବିଦ୍ୟୁତ୍ ଉପଭୋକ୍ତାଙ୍କ ବିବାଦୀୟ ବିଦ୍ୟୁତ୍ ବିଲର ସଂଶୋଧନ ଲାଗି ବଲାଙ୍ଗିର ଏବଂ ସୋନପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଳିତ ଅକ୍ଟୋବର ମାସ ପାଇଁ ବିଶେଷ ଅଭିଯୋଗ ପ୍ରତିବିଧାନ ପୀଠ ( ଜି ଆର ଏଫ୍ କ୍ୟାମ୍ପ )ର ଆୟୋଜନ କରାଯାଉଅଛି । ଏଣୁ ଏହି ଦୁଇ ଜିଲ୍ଲାର ବିଦ୍ୟୁତ୍ ଉପଭୋକ୍ତାମାନଙ୍କୁ ଅନୁରୋଧ କରାଯାଉଅଛି ଯେ, ନିମ୍ନଲିଖିତ ଧାର୍ଯ୍ୟ ତାରିଖ ଅନୁଯାୟୀ ନିଜ ନିଜ ଅଞ୍ଚଳରେ ଉପସ୍ଥିତ ରହି ବାକିଥିବା ନିଜର ବିବାଦୀୟ ବିଦ୍ୟୁତ୍ ବିଲକୁ ନେଇ ଅଭିଯୋଗ ପଞ୍ଜିକୃତ ତଥା ସମାଧାନ କରିପାରିବେ । ଏହି ବିଶେଷ ଅଭିଯୋଗ ପ୍ରତିବିଧାନ ପୀଠ ନିମ୍ନଲିଖିତ ତାରିଖ ଅନୁଯାଇ ବଲାଙ୍ଗିର ଏବଂ ସୋନପୁର ଜିଲ୍ଲା ସ୍ଥିତ ଟିପିଡବ୍ଲୁଡିଏଲର ବିଭିନ୍ନ ଅଫିସମାନଙ୍କରେ ଅନୁଷ୍ଠିତ ହେବ ।

ସୋନପରୁ ଜିଲ୍ଲା ପାଇଁ ଅକ୍ଟୋବର ୯ ତାରିଖ ଦିନ ଖାରି ସ୍ଥିତ ସେକ୍ସନ୍ ଅଫିସଠାରେ ଓ ଡୁମେରବାହଲ ସ୍ଥିତ ଗ୍ରୀଡ ଅଫିସଠାରେ ଏହି ଅଭିଯୋଗ ପ୍ରତିବିଧାନ ପୀଠ ହେବ । ସେହିପରି ଅକ୍ଟୋବର ୧୮ ତାରିଖ ଦିନ ରାମପୁର ସ୍ଥିତ ସେକ୍ସନ ଅଫିସ ଠାରେ ଏହି ଅଭିଯୋଗ ପ୍ରତିବିଧାନ ପୀଠ ହେବ ।

ବଲାଙ୍ଗିର ଜିଲ୍ଲା ପାଇଁ ଅକ୍ଟୋବର ୧୦ ତାରିଖ ଦିନ ଲାଲଟିକ୍ରା ସ୍ଥିତ ସେକ୍ସନ ଅଫିସ-୩ ଠାରେ, ଅକ୍ଟୋବର ୧୫ ତାରିଖ ଦିନ ଟିଟଲାଗଡ଼ ଡିଭିଜନ ଅଫିସଠାରେ, ଅକ୍ଟୋବର ୧୬ ତାରିଖ ଆଗଲପୁର ସ୍ଥିତ ସେକ୍ସନ ଅଫିସଠାରେ ଓ କେନ୍ଦୁମୁଣ୍ଡି ଗ୍ରୀଡ ଅଫିସଠାରେ, ଅକ୍ଟୋବର ୨୩ ତାରିଖ ଦିନ ବେଲଗାଁ ସ୍ଥିତ ସେକ୍ସନ ଅଫିସ ଓ ସଇଁନ୍ତାଲ ସ୍ଥିତ ସବ-ଡିଭିଜନ ଅଫିସଠାରେ ଏହି ବିଶେଷ ଅଭିଯୋଗ ପ୍ରତିବିଧାନ ପୀଠର ଆୟୋଜନ କରାଯାଉଅଛି । ତେଣୁ ଏହି ଦୁଇ ଜିଲ୍ଲାର ଉପଭୋକ୍ତାମାନଙ୍କୁ ଅନୁରୋଧ କରାଯାଉଅଛି ଯେ, ଧାର୍ଯ୍ୟ ତାରିଖରେ ନିଜ ନିଜ ଅଞ୍ଚଳରେ ଉପସ୍ଥିତ ରହି ବାକିଥିବା ନିଜର ବିବାଦୀୟ ବିଦ୍ୟୁତ୍ ବିଲକୁ ନେଇ ଅଭିଯୋଗ ପଞ୍ଜିକୃତ ତଥା ସମାଧାନ କରିପାରିବେ ବୋଲି

କର୍ପୋରେଟ୍ ଯୋଗାଯୋଗ ଏବଂ ସରକାରୀ ସମ୍ପର୍କ ମୁଖ୍ୟ ଟିପିଡବ୍ଲୁଓଡିଏଲ୍, କର୍ପୋରେଟ୍ କାର୍ଯ୍ୟାଳୟ, ବୁର୍ଲା ଜଣାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande