ସମ୍ବଲପୁର, ୦୯ ଅକ୍ଟୋବର (ହି.ସ.) ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ବାଲ୍ୟବିବାହ ନିରୋଧ ଓ କିଶୋରୀ ସଶକ୍ତି କରଣ ପାଇଁ ଜିଲ୍ଲା ଟାସ୍କ ଫୋର୍ସ ସମିତି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ଜାତି ଓ ଜନଜାତି ସମାଜର ସଭାପତି ସମ୍ପାଦକ, ସ୍ୱେଛାସେବୀ ସଂଗଠନର ସଦସ୍ୟ, ହିଣ୍ଡାଲକୋ ପ୍ରତିନିଧି, ସିଡିପିଓ, ପାରାଲିଗାଲ କର୍ମୀ, ଜିଲ୍ଲା ଆଇନ ସେବା ପ୍ରାଧୀକରଣ ସଭ୍ୟ ସଭ୍ୟା ପ୍ରୋଗ୍ରାମ ଅଫିସର, ଜିଲ୍ଲା ସ୍ୱୟଂ ସହାୟକ ମହାସଂଘ ସମ୍ପାଦକ, ମାନେଶ୍ୱର ବୈଷୟିକ ଶିକ୍ଷା ଅନୁଷ୍ଠାନର ସଦସ୍ୟ ଓ ହବ୍ ର କର୍ମକର୍ତା ମାନେ ଯୋଗ ଦେଇଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସଂଯୁକ୍ତା ସାହୁ ପ୍ରାରମ୍ଭିକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପରେ ପରେ କାର?୍ୟ୍ୟକ୍ରମର ଲକ୍ଷ୍ୟ ଉଦ୍ଦେଶ୍ୟକୁ ନେଇ ଜିଲ୍ଲାରୁ ସମ୍ପୂର୍ଣ୍ଣ ଭାବେ ବାଲ୍ୟବିବାହ ଭଳି କୁପ୍ରଥାର ଉଛେଦ ପାଇଁ ଆହ୍ୱାନ ଦେଇଥିଲେ । ଜିଲ୍ଲା ସଂଯୋଜିକା ଏଡଏଟ୍ ଆକ୍ସନ ସୁନୀତା ତ୍ରିପାଠୀ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବାଲ୍ୟ ବିବାହ ଆଇନ ଓ ଜିଲ୍ଲାରେ ବାଲ୍ୟ ବିବାହର ସ୍ଥିତି ସମ୍ବନ୍ଧରେ ବିବରଣୀ ଉପସ୍ଥାପନ କରିଥିଲେ।ସହକାରୀ ଆରକ୍ଷୀ ଅଧିକାରୀ ଅନିଲ କୁମାର ପ୍ରଧାନ ବାଲ୍ୟ ବିବାହ ବନ୍ଦ କରିବା କ୍ଷେତ୍ରରେ ପୋଲିସର ଭୂମିକା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ଏଡିପିଏଚ୍ଓ ଡ. ପ୍ରମୋଦ ଚନ୍ଦ୍ର ବିଶ୍ୱାଳ ଯୋଗଦେଇ ବାଲ୍ୟ ବିବାହକୁ ରୋକିବା ଦିଗରେ ସ୍ୱାସ୍ଥ୍ୟ ବିଭାଗର ଭୂମିକା ସମ୍ପର୍କରେ ମତ ରଖିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ଜିଲ୍ଲାରେ ଅଧାରୁ ପାଠ ଛାଡିଥିବା ଶିଶୁ ମାନଙ୍କ ପାଇଁ ନିଆ ଯାଇଥିବା ପଦକ୍ଷେପ ଉପରେ ସୂଚନା ପ୍ରଦାନ କରିଥିଲେ । ଆଦର୍ଶ ଅନୁଷ୍ଠାନର ସମ୍ପାଦକ ପ୍ରଦୀପ ବେହେରା ଜିଲ୍ଲାରେ ବାଲ୍ୟ ବିବାହକୁ ବନ୍ଦ କରିବାରେ ସମସ୍ତଙ୍କ ଭୂମିକା ସମ୍ପର୍କରେ ମତ ରଖିଥିଲେ। ହିଣ୍ଡାଲକୋର ଉପଦେଷ୍ଟା ସୁକାନ୍ତ ମହାପାତ୍ର ବାଲ୍ୟ ବିବାହ ବନ୍ଦ ଉପରେ ସଚେତନତା ପାଇଁ ସେମାନଙ୍କର ସମ୍ପୂର୍ଣ୍ଣ ସହଯୋଗ ରହିବ ବୋଲି ମତ ରଖିଥିଲେ। ଓବିସି ମଂଚ ଜିଲ୍ଲା ଆବାହକ ସରୋଜ ସାହୁ ବାଲ୍ୟ ବିବାହ ବନ୍ଦ କରିବା ଓ ସଚେତନତା କରିବା ପାଇଁ ଜାତି ଓ ସମାଜର ସମ୍ପୂର୍ଣ୍ଣ ସହଯୋଗ ରହିବ ବୋଲି ମତ ରଖିଥିଲେ। ଜିଲ୍ଲା ମହାସଂଘ ସ୍ୱୟଂସହାୟକ ଦଳର ସମ୍ପାଦିକା କେତକୀ ବେହେରା ବାଲ୍ୟ ବିବାହ ରୋକିବା ପାଇଁ ସ୍ୱୟଂ ସହାୟକ ଦଳର ଭୂମିକା ସମ୍ପର୍କରେ ମତ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ବାଲ୍ୟ ବିବାହ ଓ କିଶୋରୀ ସଶକ୍ତି କରଣରେ ସମସ୍ତେ ନିଜ ନିଜର ଦାୟିତ୍ୱ ନେବା ପାଇଁ ନିଷ୍ପତି ନେଇଥିଲେ । ଏହି କାର୍ଯ୍ୟକ୍ରମରେ ନାକଟିଦେଉଳ ବ୍ଲକର ୫୧ଟି ଗ୍ରାମକୁ ଓ ଜମନକିରା ବ୍ଲକର ୧୦୮ ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବେ ଘୋଷଣା କରାଯାଇଥିଲା । ପ୍ରୋଗ୍ରାମ ଅଫିସର କମ୍ ପ୍ରୋଟେକ୍ସନ୍ ଅଫିସର ସରିତା ଦାସ ଏହିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଛଟେଲାଲ ସାହୁ ଜିଲ୍ଲା ସଂଯୋଜକ ହବ୍ କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ