କେନ୍ଦ୍ରାପଡ଼ା, ୦୯ ଅକ୍ଟୋବର(ହି.ସ.) – କେନ୍ଦ୍ରାପଡ଼ାର ଜଣାଶୁଣା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବାପାଙ୍କ ସ୍ମୃତିରେ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ତାଙ୍କର ଦୁଇ ସୁପୁତ୍ର ପବିତ୍ର ସାମଲ ଓ ସୁବ୍ରତ ସାମଲଙ୍କୁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଦମନ ମହାନ୍ତି କିଛି ଫଳ ଚାରା ପ୍ରଦାନ କରିଥିଲେ ଓ ଦୁଇ ପୁଅଙ୍କ ଠାରୁ ବାର୍ତା ରଖିଥିଲେ କି ଆମେ ବାପାଙ୍କ ପାଇଁ ଗଛ ଲଗାଇବୁ ଓ ଏହାର ଯତ୍ନ ନେଇ ପରିବେଶର ସୁରକ୍ଷା ପାଇଁ ପ୍ରଚେଷ୍ଟା ଜାରି ରଖିବୁ। ଟ୍ରଷ୍ଟର କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରବି