ବିଜେପିର ଜନଜାତି ସଂକୁଳ ବିକାଶ ପରିଯୋଜନା କର୍ମଶାଳା ଆରମ୍ଭ
ଭୁବନେଶ୍ୱର, 9 ଅକ୍ଟୋବର (ହି.ସ.)- ବିଜେପିର ଜନଜାତି ସଂକୁଳ ବିକାଶ ପରିଯୋଜନା କର୍ମଶାଳା ଆୟୋଜିତ ହୋଇଛି । ଏଥିରେ ଉପସ୍ଥିତ ଅଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମର, ସ
ବିଜେପିର ଜନଜାତି ସଂକୁଳ     ବିକାଶ ପରିଯୋଜନା କର୍ମଶାଳା ଆରମ୍ଭ


ଭୁବନେଶ୍ୱର, 9 ଅକ୍ଟୋବର (ହି.ସ.)- ବିଜେପିର

ଜନଜାତି ସଂକୁଳ ବିକାଶ ପରିଯୋଜନା କର୍ମଶାଳା ଆୟୋଜିତ ହୋଇଛି । ଏଥିରେ ଉପସ୍ଥିତ ଅଛନ୍ତି

ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ

ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମର,

ସହ ପ୍ରଭାରୀ ଲତା ଉସେଣ୍ଡି, ବରିଷ୍ଠ ସଂଗଠକ ଭି ସତୀଶ,

ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ, ରାଷ୍ଟ୍ରୀୟ

ଜନଜାତି ମୋର୍ଚ୍ଚା ସଭାପତି ସମୀର ଓରାମ ।

ରାଷ୍ଟ୍ରୀୟ ସଂଗଠନ

ମହାମନ୍ତ୍ରୀ ବିଏଲ ସନ୍ତୋଷ ଏବଂ ରାଷ୍ଟ୍ରୀୟ ସଂଗଠକ ଭି ସତୀଶ କର୍ମଶାଳାରେ ପ୍ରଶିକ୍ଷଣ

ଦେଉଛନ୍ତି । ଜନଜାତି ବିଧାୟକ, ସାଂସଦ

ନିଜ ନିଜ ନିର୍ବାଚନ ମଣ୍ଡଳୀର କିଛି କିଛି ଗାଁକୁ ଆଡପ୍ଟ କରିବେ ଅର୍ଥାତ ପୋଷ୍ୟ ଗ୍ରାମ ଭାବେ

ଗ୍ରହଣ କରିବେ । ଜନଜାତି ବିଧାୟକ ଏବଂ ସାଂସଦ ୨୦ ରୁ ୨୫ ଗ୍ରାମକୁ ପୋଷ୍ୟ ଭାବେ ଗ୍ରହଣ କରିବେ ।

ଏ ନେଇ ବିଧାୟକ ଏବଂ ସାଂସଦ ମାନଙ୍କୁ ତାଲିମ ଦିଆଯାଉଛି । ଏହାପରେ ଦଳର ବରିଷ୍ଠ ନେତାଙ୍କୁ ନେଇ

ରାଜ୍ୟ କାର୍ଯ୍ୟାଳୟରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande