ଭୁବନେଶ୍ୱର, 9 ଅକ୍ଟୋବର (ହି.ସ.)- ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମଜୟନ୍ତୀ। ଏହି
ଅବସରରେ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଆୟୋଜନ କରାଯାଇଛି। ବିଧାନସଭା ପରିସରରେ ଗୋପବନ୍ଧୁ ଦାସଙ୍କ
ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି।
ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ପଞ୍ଚାୟତରାଜ
ମନ୍ତ୍ରୀ ରବି ନାଏକ, ବିଧାୟକ ବାବୁ ସିଂଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ପୁଷ୍ପ ମାଲ୍ୟାର୍ପଣ
କରିଛନ୍ତି। ଏହି ଅବସରରେ ଉତ୍କଳମଣିଙ୍କ ଲୋକପ୍ରିୟ ସଙ୍ଗୀତ ମିଶୁ ମୋର ଦେହ ଏ ଦେଶ ମାଟିରେ ଗାନ
କରାଯାଇଥିଲା। ମୁଖ୍ୟମନ୍ତ୍ରୀ କହିଥିଲେ ଓଡିଶାବାସୀ
ଗୋପବନ୍ଧୁଙ୍କ ଦାୟାଦ ଭାବେ ନିଜକୁ
ପରିଚୟ ଦେଇ ସେବା
କାର୍ଯ୍ୟ କରିବେ । ଦେଶ ପ୍ରତି
ସମର୍ପଣ ଭାବନା ରଖିବେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା