ଭୁବନେଶ୍ୱର, 9 ଅକ୍ଟୋବର (ହି.ସ.)- 'ଉତ୍କଳମଣି' ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ
କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ମହାନ ସ୍ଵାଧୀନତା ସଂଗ୍ରାମୀ ଓ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ
ଗଠନର ପୁରୋଧା 'ଉତ୍କଳମଣି' ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ।
ତାଙ୍କର ନୀତି, ଆଦର୍ଶ
ଓ ସମାଜସେବା ସର୍ବଦା ଯୁବପିଢିଙ୍କୁ ପ୍ରେରିତ କରିବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା