ମା’ ଜାଡେଇ ଯୁବକ ସଂଘ ଓ ମାସୁମ୍ ଗୃୁପ ମିଳିତ ଆନୁକୂଲ୍ୟରେ ଗୋପବନ୍ଧୁ ଜୟନ୍ତୀ ପାଳିତ
ଧର୍ମଶାଳା, ୯ ଅକ୍ଟୋବର(ହି.ସ.)- ଯାଜପୁର ଜିଲା ବରୀ ନିର୍ବାଚନ ମଣ୍ଡଳୀ ଝାଲପଡା ପଂଚାୟତସ୍ଥ ସାନବାଗସାହି ମା’ ଜାଡେଇ ଉପ୍ରା ବିଦ୍ୟାଳୟ ପରିସରରେ ମା’ ଜାଡେଇ ଯୁବକ ସଂଘ ଓ ମାସୁମ୍ ଗ୍ରୁପ ମିଳିତ ଆନୁକୂଲ୍ୟରେ ୧୪୮ତମ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍
ମା’ ଜାଡେଇ ଯୁବକ ସଂଘ ଓ ମାସୁମ୍ ଗୃୁପ ମିଳିତ ଆନୁକୂଲ୍ୟରେ ଗୋପବନ୍ଧୁ ଜୟନ୍ତୀ ପାଳିତ


ଧର୍ମଶାଳା, ୯ ଅକ୍ଟୋବର(ହି.ସ.)- ଯାଜପୁର ଜିଲା ବରୀ ନିର୍ବାଚନ ମଣ୍ଡଳୀ ଝାଲପଡା ପଂଚାୟତସ୍ଥ ସାନବାଗସାହି ମା’ ଜାଡେଇ ଉପ୍ରା ବିଦ୍ୟାଳୟ ପରିସରରେ ମା’ ଜାଡେଇ ଯୁବକ ସଂଘ ଓ ମାସୁମ୍ ଗ୍ରୁପ ମିଳିତ ଆନୁକୂଲ୍ୟରେ ୧୪୮ତମ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମା’ ଜାଡେଇ ଉପ୍ରା ବିଦ୍ୟାଳୟର ପ୍ରଧାନଶିକ୍ଷକ ଚିତ ରଂଜନ ବେହେରାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଜିଲା ଶିକ୍ଷା ଅଧିକାରୀ ମହେଶ୍ୱର ସାହୁ ଯୋଗଦେଇ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସେବା ଓ ତ୍ୟାଗ ବିଷୟରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ଯାଜପୁର ମଣ୍ଡଳ ଶିକ୍ଷା ଅଧିକାରୀ ଦେବୀଲାଲ ମଲ୍ଲିକ,ସମ୍ମାନୀତ ଅତିଥିଭାବେ ଶ୍ରମିକ ନେତା ପ୍ରଦୀପ ଦାସ, ବ୍ରହ୍ମବରଦା ଥାନା ଏସ୍‌ଆଇ ସୁଶାନ୍ତ କୁମାର ସେଠୀ, ପ୍ରମୋଦ ପତି ଫାଉଁଣ୍ଡେସନର ଅଧ୍ୟକ୍ଷ ଦିବ୍ୟଜ୍ୟୋତି ପତି, ସାମାଜିକ କର୍ମୀ ଅମୂଲ୍ୟ ରାଉତ ଓ ସିଆରସିସି ସୌଦାମିନୀ ପତି ପ୍ରମୁଖ ଯୋଗଦେଇ ଗୋପବନ୍ଧୁଙ୍କ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଶିଶୁ ଅଧିକାର କର୍ମୀ ମଂଟୁ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସହକାରୀ ଶିକ୍ଷକ ଅବଦୁଲ ରସିଦ ଖାଁନ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଅତିଥିମାନେ ପ୍ରମୋଦ ପତି ଫାଉଁଣ୍ଡେସନର ଅଧ୍ୟକ୍ଷ ଦିବ୍ୟଜ୍ୟୋତି ପତି ଓ ସାମ୍ବାଦିକ ଚିନ୍ମୟ ନାୟକଙ୍କୁ ମାନପତ୍ର ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପରେ ସ୍ଥାନୀୟ ଅଂଚଳର ଦିବ୍ୟାଙ୍ଗମାନଙ୍କୁ ଶୀତବସ୍ତ୍ର ପ୍ରଦାନ କରାଯାଇ ଥିଲା । ତତ୍ ସହିତ ଶୈଶବ ସୁରକ୍ଷା ଅଭିଯାନ ମୁଖପତ୍ର ‘ଏକ ପ୍ରୟାସ’ ଓ ସ୍ଥାନୀୟ ଅଂଚଳର କଣ୍ଠଶିଳ୍ପୀ ଭିକାରୀ ଚରଣ ବିଶ୍ୱାଳଙ୍କ ନୂତନ ସଂଗୀତକୁ ଅତିଥିମାନେ ଲୋକାର୍ପିତ କରିଥିଲେ । କାର୍ଯ୍ୟକ୍ରମରେ ସାମ୍ବାଦିକ ପ୍ରକାଶ ଚନ୍ଦ୍ର ସାହୁ, ନାସିରୁଦ୍ଧିନ୍ ଖାଁନ, ଶୁଭମ୍ ଦାସ ଓ ଆବୁ ମହାରଣା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଗୋପବନ୍ଧୁ ସ୍ମୃତି ସଂସଦର ସଭାପତି ଚନ୍ଦ୍ରମଣୀ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande