ପୁରୀ, ୯ ଅକ୍ଟୋବର (ହି.ସ.)- ଗୁରୁବାର ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୮ତମ ଜୟନ୍ତୀ ପୁରୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସଭାପତି ଇଂ. ରାଜେଶ କୁମାର ମିଶ୍ରଙ୍କ ପୌରହିତ୍ୟରେ ବରିଷ୍ଠ କଂଗ୍ରେସ ନେତା ଉତ୍ତମ ଆଚାର୍ଯ୍ୟ ପୁରୀ ଜିଲ୍ଲା କଂଗ୍ରେସ ସେବା ଦଳ ମୁଖ୍ୟ ସଙ୍ଗଠକ ବିଶ୍ବକେସନ ହରିଚନ୍ଦନ ମହାପାତ୍ର, ପୂର୍ବତନ ମହିଳା କଂଗ୍ରେସ ସଭାନେତ୍ରୀ ସରସ୍ବତୀ ପାତ୍ର, ବିଦୁଲତା ଆଚାର୍ଯ୍ୟ, ଆଇନଜୀବୀ ବୈଦ୍ୟନାଥ ପାଣି, କାଳୀପ୍ରସାଦ ନାୟକ, ସୁକାନ୍ତ କୁମାର ପ୍ରଧାନ, ଏବଂ ନଗର କଂଗ୍ରେସ ସଭାପତି ଅମରେନ୍ଦ୍ର ପାଇକରାୟ, ଦୁର୍ଗାପ୍ରସାଦ ସାମନ୍ତରାୟ, ଉମାକାନ୍ତ ବେହେରା, ସୌମ୍ୟକାନ୍ତ ପ୍ରଧାନ, ମନୋଜ ମହାପାତ୍ରଙ୍କ ସମେତ ଅନେକ କର୍ମୀ ଓ ସାଧାରଣ ସମବେତ ଜନତା ଶ୍ରୀମନ୍ଦିର ସମ୍ମୁଖସ୍ଥ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ପୁରୀ ବାର ଆସୋସିଏସନ ସମ୍ମୁଖସ୍ଥ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ବିଜୟ