ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 9 ଅକ୍ଟୋବର (ହି.ସ.)- ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାନ ସ୍ୱାଧୀନତା ସଂଗ୍ରାମୀ , ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ
ଗୋପବନ୍ଧୁ ଦାସଙ୍କୁ     ଶ୍ରଦ୍ଧାଂଜଳି ଜ୍ଞାପନ କଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 9 ଅକ୍ଟୋବର (ହି.ସ.)- ଗୋପବନ୍ଧୁ

ଦାସଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

। ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାନ ସ୍ୱାଧୀନତା ସଂଗ୍ରାମୀ , ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର , ନିଃସ୍ୱାର୍ଥପର ସେବା ଓ ଉତ୍ସର୍ଗୀକୃତ ତ୍ୟାଗର ପ୍ରତୀକ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ

ଶ୍ରଦ୍ଧାଞ୍ଜଳି ଓ ପ୍ରଣାମ ଜଣାଉଛି। ତାଙ୍କର ପ୍ରଗାଢ଼ ରାଷ୍ଟ୍ରଭକ୍ତି, ସମାଜ ସଂସ୍କାର ପାଇଁ ପ୍ରତିବଦ୍ଧତା ତଥା ଶିକ୍ଷା, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ସେ ଚିର ସ୍ମରଣୀୟ

ଓ ଚିର ନମସ୍ୟ ହୋଇ ରହିବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande