ଗଞାମ, ୯ ଅକ୍ଟୋବର (ହି.ସ.)- ସୋରଡା ଥାନା ଗୋଛା ନିକଟସ୍ଥ ସ୍ସର୍ଗଦ୍ୱ।ର ଗାଁରେ ଦୁଇ ଜଣ ମଦ୍ୟପ ଯୁବକ ଠେଙ୍ଗାରେ ପିଟିପଟି ଜଣେ ବୃଦ୍ଧ ଭିକ୍ଷୁକକୁ ହତ୍ୟା କରିଛନ୍ତି। ମଦ ପିଇବାକୁ ଟଙ୍କା ମାଗି, ଟଙ୍କା ନଦେବାରୁ ଭୋର୍ ସମୟରେ ବୃଦ୍ଧଙ୍କୁ ହତ୍ୟା କରିଛନ୍ତି। ଖବର ପାଇ ପୋଲିସ ରକ୍ତାକ୍ତ ଶବ ଜବତକରି ବ୍ୟବଛେଦ ପାଇଁ ଡାକ୍ତରଖାନାକୁ ପଠାଇ ତଦନ୍ତ ଚଳାଇ ଘଟଣାରେ ଜଡ଼ିତ ଥିବା ଦୁଇ ଜଣ ଵ୍ୟକ୍ତିଙ୍କୁ ଗିରଫକରିଛି । ମୃତ ବୃଦ୍ଧ ଜଣକ ହେଲେ ସିଙ୍ଗିପୁର ଗାଁ ର ଶିଶୀର ମୁନୀ ବୋଲି ଜଣାପଡିଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ