ଭୁବନେଶ୍ୱର, 9 ଅକ୍ଟୋବର (ହି.ସ.)- ନୂଆପଡ଼ା ଉପନିର୍ବାଚନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି
ପଂଚାୟତିରାଜ ମନ୍ତ୍ରୀ ରବି ନାଏକ । ସେ କହିଛନ୍ତି ଯେ, ନୂଆପଡା ଜନତାଙ୍କ ମାନସିକ ହେଉଛି
ସରକାରଙ୍କ ସହିତ ରହିବା । ମୁଖ୍ୟମନ୍ତ୍ରୀ ନିକଟରେ ଗସ୍ତ କରିଥିଲେ ଗରିବ ଆଦିବାସୀ ଚାଷୀଙ୍କ
ଉନ୍ନତି ପାଇଁ ଆଲୋକପାତ କରିଥିଲେ । ବିରୋଧୀ ଏବେ ଛାନିଆ ହେଇ ଯାଇଛନ୍ତି l କଂଗ୍ରେସ କଣ କରିଛି ଆମେ ଜାଣିଛୁ ଲୋକେ ସମସ୍ତେ
ଜାଣିଛନ୍ତି l ଯାହାର କିଛି ନାହିଁ,ସେ ଅଧିକ
କହିବ । ବିଜେଡିର ପଦଯାତ୍ରାର କଣ ପ୍ରଭାବ କଣ
ପ୍ରଭାବ ନ ପଡିବା ଭିତରେ ଲୋକମାନେ ସରକାରଙ୍କ ସହିତ ରହିଲେ, କଣ ଲଭ
ହୁଏ କଣ କ୍ଷତି ହୁଏ ଗଣତନ୍ତ୍ର ପ୍ରତି କଣ ଶ୍ରଦ୍ଧା ରୁହେ ୟେ ସବୁ ବିଷୟ ନୂଆପଡା ଜନତା
ଜାଣିଛନ୍ତି l ବିଜେପି ସପକ୍ଷରେ ନୂଆପଡା ଜନତାଙ୍କ ଜନମତ ଯିବ ଓ
ସରକାରଙ୍କ ସହିତ ରହିବାକୁ ନିଷ୍ପତି ନେଇଛନ୍ତି ।
ବିଜେପି ଗୋଟିଏ ଲୋକର ଦଳ ନୁହେଁ । କୋର କମିଟି ଠିକ
ସମୟ ଠିକ ନିଷ୍ପତି ନେଵ l ଠିକ ସମୟ ଦେଖି ଦଳ ପ୍ରାର୍ଥୀ ଘୋଷଣା କରିବ
ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା