ଭୋଟଚୋରୀ ଓ ଚାକିରି ବିକ୍ରୀ ପ୍ରତିବାଦରେ ଯୁବ କଂଗ୍ରେସର ପ୍ରତାରଣା ପ୍ରତିବାଦ ସମାବେଶ
ଭୁବନେଶ୍ୱର, ୦୯ ଅକ୍ଟୋବର (ହି.ସ)- ଭୋଟ ଚୋରି ଓ ଚାକିରି ବିକ୍ରୀ ବିରୁଦ୍ଧରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଞ୍ଜିତପାତ୍ରଙ୍କ ନେତୃତ୍ୱରେ ଯୁବ କଂଗ୍ରେସ ପକ୍ଷରୁ ଭୁବନେଶ୍ୱର ଠାରେ ପ୍ରତାରଣା ପ୍ରତିବାଦ ସମାବେଶ କରାଯାଇଛି। ବିକ୍ଷୋଭ ପରେ ଯୁବ କଂଗ୍ରେସର କର୍ମୀ ଓ କର୍ମକର୍ତାମାନେ ମୁଖ୍ୟ ନିର୍ବାଚନ କ
ଭୋଟଚୋରୀ ଓ ଚାକିରି ବିକ୍ରୀ ପ୍ରତିବାଦରେ ଯୁବ କଂଗ୍ରେସର ପ୍ରତାରଣା ପ୍ରତିବାଦ ସମାବେଶ


ଭୁବନେଶ୍ୱର, ୦୯ ଅକ୍ଟୋବର (ହି.ସ)- ଭୋଟ ଚୋରି ଓ ଚାକିରି ବିକ୍ରୀ ବିରୁଦ୍ଧରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଞ୍ଜିତପାତ୍ରଙ୍କ ନେତୃତ୍ୱରେ ଯୁବ କଂଗ୍ରେସ ପକ୍ଷରୁ ଭୁବନେଶ୍ୱର ଠାରେ ପ୍ରତାରଣା ପ୍ରତିବାଦ ସମାବେଶ କରାଯାଇଛି। ବିକ୍ଷୋଭ ପରେ ଯୁବ କଂଗ୍ରେସର କର୍ମୀ ଓ କର୍ମକର୍ତାମାନେ ମୁଖ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ଯାଉଥିବା ବେଳେ ଲୋୟର ପିଏମଜି ଠାରେ ପୋଲିସ ପଥ ଅବରୋଧ କରିଥିଲା। ଯୁବ କଂଗ୍ରେସ ପକ୍ଷରୁ ୨ଟା ବାରିକେଡ ଭଙ୍ଗା ଯାଇଥିଲା। ପୋଲିସ ସହିତ ସେଠାରେ ବହୁ ସମୟ ଧରି ଧସ୍ତାଧସ୍ତି ହେବାପରେ ଯୁବ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ଓ ଅନ୍ୟମାନଙ୍କୁ ପୋଲିସ ଘଟଣାସ୍ଥଳରୁ ଗିରଫ କରିଥିଲା।

ଅଖିଳ ଭାରତ ଯୁବ କଂଗ୍ରେସର ସଭାପତି ଉଦୟ ଭାନୁ ଚିବ୍ ସତ୍ୟନଗର ଠାରୁ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ମାଷ୍ଟରକ୍ୟାଂଟିନ ଛକରେ ଆୟୋଜିତ ପହଂଚିବା ପରେ ବିକ୍ଷୋଭ ସମାବେଶରେ ଉଦ୍‌ବୋଧନ ଦେଇ କହିଥିଲେ ଯେ ମୋଦି ସରକାର ଓ ମୋହନ ସରକାର ନିର୍ବାଚିତ ସରକାର ନୁହଁନ୍ତି। ସାଧାରଣ ଲୋକଙ୍କ ଭୋଟକୁ ଚୋରି କରାଯାଇ ଏହି ସରକାର ଗଠନ କରାଯାଇଛି। ଆଜିର “ପ୍ରତାରଣା ପ୍ରତିବାଦ ସମାବେଶ” ମାଧ୍ୟମରେ ଓଡ଼ିଶାର ଯୁବ ସମାଜ କେବଳ ଭୋଟଚୋରି ଓ ଚାକିରି ବିକ୍ରୀ ନୁହେଁ ଓଡ଼ିଶାରେ ଉତ୍କଟ ବେକାରୀ, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ମହିଳା ନିର୍ଯାତନା ବୃଦ୍ଧି ଓ ଦରଦାମ ବୃଦ୍ଧି ପ୍ରତିବାଦରେ ସେମାନଙ୍କର ଅସନ୍ତୋଷକୁ ବ୍ୟକ୍ତ କରିଛନ୍ତି। ଏ ଦେଶର ଭୋଟର ମାନଙ୍କର ଗଣତାନ୍ତ୍ରିକ ଅଧିକାରକୁ ନିର୍ବାଚନ କମିଶନର ଅପହରଣ କରିନେଇଛନ୍ତି।ବିଜେପି ଓ ମୋଦିଙ୍କ ହାତରେ ନିର୍ବାଚନ କମିଶନର ଜଣେ କାଠ କଣ୍ଢେଇ ଭଳି କାମ କରିଛନ୍ତି। ଶ୍ରୀ ଚିବ୍ କହିଲେ ଯେ ବିଜେପି ଏବଂ ଏହାର ଛାମୁଆ ସଂଗଠନ ଦେଶରେ ଓ ଓଡ଼ିଶାରେ ବିଷମଞ୍ଜି ବୁଣିବାପାଇଁ ଲଗାତାର ହୀନ ଚକ୍ରାନ୍ତ କରୁଛନ୍ତି। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ଉପରକୁ ଯୋତା ଫୋପାଡ଼ିବା ଅର୍ଥ ଗଣତନ୍ତ୍ର, ସମ୍ବିଧାନ ଏବଂ ଏ ଦେଶରେ ସାଧାରଣ ଜନତାଙ୍କ ଉପରକୁ ଯୋତା ଫୋପାଡ଼ିବା ସହ ସମାନ। ଓଡ଼ିଶାରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ପ୍ରତି ଶ୍ରୀ ଚିବ୍ ଉଦବେଗ ପ୍ରକାଶ କରିଥିଲେ।

ମୋଦି ସରକାର ଓ ମୋହନ ସରକାରରେ ସରକାରୀ ଚାକିରି ସବୁ ପରୀକ୍ଷା ପୂର୍ବରୁ ନିଲାମ ହୋଇଯାଉଛି। ଦୁଇ ସରକାର ବିଭିନ୍ନ ସରକାରୀ ପଦବୀର ବଜାର ଦର ନିରୁପଣ କରୁଛନ୍ତି। ଓଡ଼ିଶାରେ ପୋଲିସ ଏସଆଇ ପଦବୀକୁ ୨୫ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଥିବାର ଲୋକଲୋଚନକୁ ଆସିଛି। ପୋଲିସ ଏସଆଇ ପଦବୀ ବିକ୍ରୀ ପାଇଁ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ୱ ପରୀକ୍ଷାର୍ଥୀଙ୍କୁ ଯୋଗାଯୋଗ ହୋଇଥିବାର ଅଭିଯୋଗ ହୋଇଛି।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଭାରୀ ମହେଶ ଦେଶମୁଖ ଯୋଗଦେଇ ଭୋଟ ଚୋରି ଓ ଚାକିରି ବିକ୍ରୀ ବିରୋଧରେ ନିର୍ବାଚନ କମିଶନର ଓ ମୋହନ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ର କହିଥିଲେ ଯେ ଓଡ଼ିଶ।।ର ଯୁବକ ଯୁବତୀମାନଙ୍କର ଅଧିକାର ପାଇଁ ଯୁବ କଂଗ୍ରେସ ଲଢ଼େଇ ଜାରି ରଖିବ। ପ୍ରଦେଶ ଯୁବ କଂଗ୍ରେସ ଓଡ଼ିଶାର ବେକାର ଯୁବକ ଯୁବତୀମାନଙ୍କର ଶାଣିତ ଓ ବେସାଲିସ ସ୍ୱର। ଆମେ ପ୍ରତି ଗାଁରେ ଘର ଘର ବୁଲି ଭୋଟ ଚୋରି ବାବଦରେ ଜନସଚେତନତା କାର୍ଯ୍ୟ ଚାଲୁ ରଖିଛୁ। ଓଡ଼ିଶାର ବେକାର ଯୁବକଯୁବତୀ ମାନଙ୍କର ନିଯୁକ୍ତି, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ମହିଳା ନିର୍ଯାତନା ଓ ଅନିୟନ୍ତ୍ରିତ ଦରଦାମ ବୃଦ୍ଧି ପ୍ରସଙ୍ଗରେ ଯୁବ କଂଗ୍ରେସ ଦୁର୍ବାର ଆନ୍ଦୋଳନ କରିବ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବିଧାୟକ ରମେଶ ଜେନା, ଅଖିଳ ଭାରତ ଯୁବ କଂଗ୍ରେସର ସମ୍ପାଦକ ରିୟାନା ରାଜୁ ଓ ସହ ସମ୍ପାଦିକା ଖୁସି ଟିଗା, ମନୋଜ ଜେନା, ମହମ୍ମଦ ଇମଦାଦ, ମନୋଜ ବିଶ୍ୱାଳ, ଜାତୀୟ ଯୁବ କଂଗ୍ରେସ ଗଣମାଧ୍ୟମ ସଂଯୋଜକ ସୁଦିପ ସାମଲ, ଅଭିଳାଷ ମାଣିଆ, ଇଂ. ଅମରେଶ ପରିଡ଼ା,ପ୍ରମୁଖ ଅଂଶଗ୍ରହଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande